ବାଂଲାଦେଶଠାରୁ ପାକିସ୍ତାନର ପରାଜୟ, ଭାରତ ପାଇଁ ଶିକ୍ଷା!

1 min read

ନନ୍ଦିଘୋଷ ବ୍ୟୁରୋ: ଘରୋଇ ମାଟିରେ ପାକିସ୍ତାନ ଭଳି ଶକ୍ତିଶାଳି ଟିମକୁ ବାଂଲାଦେଶ ଟେଷ୍ଟ ସିରିଜ ହରାଇଛି । ତେବେ ଏହାପରେ ବାଂଲାଦେଶ ଭାରତ ଗସ୍ତରେ ଆସିବାକୁ ଯାଉଛି । ଏଣୁ ଭାରତୀୟ ଦଳ ବାଂଲାଦେଶ ସହଜରେ ନେବା ଅନୁଚିତ । ତେବେ ପାକିସ୍ତାନ ବିପକ୍ଷ ବିଜୟ ପରେ ବାଂଲାଦେଶ ଅଧିନାୟକ ନିଜର ପ୍ରତିକ୍ରିୟାରେ କହିଛନ୍ତି କି ଏହାପର ସିରିଜ ଆମ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଭାରତ ବିପକ୍ଷରେ ବିଜୟୀ ହେଲେ ଆମର ଆତ୍ମବିଶ୍ବାସ ବଢ଼ିବ । ଆମ ଦଳରେ ସାକିବଙ୍କ ଭଳି ଅଭିଜ୍ଞ ଖେଳାଳି ରହିଥିବାବେଳେ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବା ପାଇଁ ପ୍ରୟାସ କରିବୁ । ତେବେ ପାକିସ୍ତାନକୁ ପରାସ୍ତ କରି ଇତିହାସ ରଚିଥିବା ବାଂଲାଦେଶ ଭାରତକୁ ହରାଇବା ପାଇଁ ଯୋଜନା ଆରମ୍ଭ କରିଛି । ସେପ୍ଟମ୍ବର ୧୭ରୁ ପ୍ରଥମ ଟେଷ୍ଟ ଖେଳାଯିବାକୁ ଥିବାବେଳେ ୨୭ରେ ଦ୍ବିତୀୟ ଟେଷ୍ଟ ଖେଳାଯିବ । ଉଭୟ ଦଳ ମଧ୍ୟରେ ୨ଟି ଟେଷ୍ଟ ଏବଂ ୩ଟି ଟି-୨୦ ଖେଳାଯିବ ।