ପୁଅ ହତ୍ୟାକାରୀ ବାପାକୁ ଆଜୀବନ କାରାଦଣ୍ଡ

ଭୁବନେଶ୍ବର: ୫ ବର୍ଷ ପରେ ପୁଅ ହତ୍ୟାକରୀ ବାପାକୁ ମିଳିଲା ଦଣ୍ଡ । ଆଜୀବନ କାରାଦଣ୍ଡ ଶୁଣାଇଲେ ଭୁବନେଶ୍ୱର ଏଡିଜେ ୨ କୋର୍ଟ । ଅଭିଯୁକ୍ତ ଦାଶରଥୀ ଟୁଡୁ ନିଜ ପୁଅକୁ ହତ୍ୟା କରିଥିଲା । ୧୧ ମାର୍ଚ୍ଚ ୨୦୧୯ରେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମୁଣ୍ଡାସାହିରେ ଘଟିଥିଲା ହତ୍ୟାକାଣ୍ଡ ।

ସୂଚନା ଅନୁସାରେ, ଅଭିଯୁକ୍ତ ଦାଶରଥୀ ନିଜ ସାବତ ପୁଅକୁ ମୁଣ୍ଡକୁ ପଥରରେ ଛେଚି ହତ୍ୟା କରିଥିଲା । ପ୍ରଥମେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା ପୋଲିସ । ତେବେ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣାପଡ଼ିବା ପରେ ହତ୍ୟା ମାମଲା ରୁଜୁ ହୋଇଥିଲା । ଏହାପରେ ପୋଲିସ ଅଭିଯୁକ୍ତ ଦାଶରଥୀଙ୍କୁ ଗିରଫ କରିଥିଲା । ଏହାର ବିଚାର କରି ଆଜି କୋର୍ଟ ଅଭିଯୁକ୍ତ ଦାଶରଥୀଙ୍କୁ ଆଜୀବନ ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି ।