spot_img

Latest Posts

ଜମ୍ମୁ ଓ କାଶ୍ମୀର ବିଜେପିକୁ ବଡ଼ ଧକ୍କା, ସଭାପତି ପଦରୁ ଇସ୍ତଫା ଦେଲେ କଶ୍ମୀରା ସିଂ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀର ବିଜେପିକୁ ବଡ଼ ଧରଣର ଧକ୍କା। ବିଧାନସଭା ନିର୍ବାଚନ ପୂର୍ବରୁ ସାମ୍ବା ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ କଶ୍ମୀରା ସିଂ। ନିଜର ଇସ୍ତଫା ପତ୍ରକୁ ସେ ଜାତୀୟ ସଭାପତି ଜେ.ପି. ନଡ୍ଡା ଓ ଜାମ୍ମୁ ଓ କାଶ୍ମୀର ବିଜେପି ସଭାପତି ରବିନ୍ଦର ରାଇନାଙ୍କ ନିକଟକୁ ପଠାଇଛନ୍ତି। ବିଧାନସଭା ନିର୍ବାଚନରେ ଟିକେଟ ବଣ୍ଟନକୁ ନେଇ ଅସନ୍ତୁଷ୍ଟ ଥିଲେ କଶ୍ମୀରା।

ସେ କହିଛନ୍ତି- ଗତ ୪୦-୪୨ ବର୍ଷ ଧରି ସେ ବିଜେପି ସହ ସଂଶ୍ଲିଷ୍ଟ ଥିଲେ। ଲୋକଙ୍କ ଲାଗି ସେ ନିରବଚ୍ଛିନ୍ନ ଭାବେ କାର୍ଯ୍ୟ କରୁଥିଲେ। ମାତ୍ର ବିଜେପି ପକ୍ଷରୁ ଟିକେଟ ବଣ୍ଟନରେ ତାଙ୍କୁ ଗୁରୁତ୍ବ ଦିଆଗଲା ନାହିଁ। ବାହାର ଲୋକଙ୍କୁ ଟିକେଟ ଦିଆଗଲା। ଯେଉଁମାନେ ଦଳକୁ ବିରୋଧ କରୁଥିଲେ ସେମାନଙ୍କୁ ଦଳ ଅଗ୍ରାଧିକାର ଦେଲା।

ସେ ଦଳର ସମସ୍ତ ପଦପଦବୀରୁ ଇସ୍ତଫା ଦେଇଛନ୍ତି। ସାମ୍ବାରୁ ବିଜେପିରୁ ସୁରଜିତ ସିଂ ସ୍ଲାଥିଆଙ୍କୁ ଟିକେଟ ଦିଆଯାଇଛି। ପୂର୍ବରୁ ସେ ନ୍ଯାସନାଲ କନଫରେନ୍ସରେ ଥିବା ସହ ମନ୍ତ୍ରୀ ଥିଲେ।

Latest Posts

Don't Miss