ଡିଆଇଜି ରାଜେଶ ପଣ୍ଡିତଙ୍କ ବିରୋଧରେ ଚାର୍ଜଫ୍ରେମ୍ କଲା ଗୃହ ବିଭାଗ
1 min readନନ୍ଦିଘୋଷ ବ୍ୟୁରୋ: ଡିଆଇଜି ରାଜେଶ ପଣ୍ଡିତଙ୍କ ବିରୋଧରେ ଚାର୍ଜଫ୍ରେମ୍ କଲା ଗୃହ ବିଭାଗ । ଜଣେ ମହିଳା ଆଇଆଇସିଙ୍କ ଘରେ ପଶି ନିଜ ପଦର ଅପବ୍ୟବହାର କରିବା ସହ ତାଙ୍କ ପ୍ରତି ଓ ତାଙ୍କ ପରିବାର ଲୋକଙ୍କ ପ୍ରତି ଅଶୋଭନୀୟ ଆଚରଣ ରାଜେଶ ପଣ୍ଡିତ କରିଥିବା ନେଇ ତଥ୍ୟ ପ୍ରମାଣ ଦର୍ଶାଇଲା ଗୃହ ବିଭାଗ । ଯାହାକୁ ନେଇ ରଜେଶ ପଣ୍ଡିତଙ୍କୁ ନିଲମ୍ବିତ କରାଯାଇଛି । ଗୃହ ବିଭାଗରେ ତଥ୍ୟ ପ୍ରମାଣ ସହ ନିଜର ପକ୍ଷ ରଖିବାକୁ ରାଜେଶ ପଣ୍ଡିତଙ୍କୁ ଦିଆଯାଇଛି ସୁଯୋଗ । ୩୦ ଦିନ ମଧ୍ୟରେ ନିଜର ପକ୍ଷ ରଖି ପାରିବେ ରାଜେଶ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଓ ପ୍ରମାଣ ନେଇ କୌଣସି ସନ୍ତୋଷ ଜନକ ଉତ୍ତର ରଖି ନପାରିଲେ ଭାରତୀୟ ପୋଲିସ ସେବା ନିୟମ ଅନୁସାରେ ନିଆଯିବ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ । ଗତ ମାସ ୨୭ ତାରିଖରେ ଘଟିଥିବା ଘଟଣାକୁ ନେଇ ଚାର୍ଜଫ୍ରେମ ହୋଇଛି। ଭୁବନେଶ୍ୱର ୟୁନିଟ୍-୧ରେ ରାଜେଶ ପଣ୍ଡିତ କରିଥିଲେ ହଙ୍ଗାମା। ଜଣେ ମହିଳା ସବଇନ୍ସପେକ୍ଟରଙ୍କ ଘରେ ପଶି ହଙ୍ଗାମା କରିଥିଲେ। ପିସିଆର ଟିମ୍ ପହଞ୍ଚି ରାଜେଶ ପଣ୍ଡିତଙ୍କୁ କରିଥିଲା କ୍ଷାନ୍ତ। ଘଟଣା ପରେ ରାଜେଶ ପଣ୍ଡିତଙ୍କୁ ନିଲମ୍ବିତ କରାଯାଇଛି। ଅଗ୍ନିଶମ ଓ ହୋମଗାର୍ଡ ବିଭାଗ ଡିଆଇଜି ଥିଲେ ରାଜେଶ ପଣ୍ଡିତ।