ଜେନେରାଲ୍ ରାଓ୍ୱତ୍ ହେବେ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍

ନୂଆଦିଲ୍ଲୀ : ଜେନେରାଲ୍‌ ବିପିନ୍‌ ରାଓ୍ବତଙ୍କୁ ଦେଶର ପ୍ରଥମ ଚିଫ୍‌ ଅଫ୍‌ ଡିଫେନ୍ସ ଷ୍ଟାଫ୍ ବା ସିଡିଏସ ଭାବେ ନିଯୁକ୍ତି ଦିଆଯାଇଛି । ସେନାଧ୍ୟକ୍ଷ ପଦବୀରୁ ଅବସର ନେବାର ଗୋଟିଏ ଦିନ ପୂର୍ବରୁ ତାଙ୍କୁ ସିଡିଏସ୍‌ ପଦବୀରେ ନିଯୁକ୍ତ କରାଯାଇଛି । ଆସନ୍ତାକାଲି ଆର୍ମି ଚିଫ୍ ପଦବୀରୁ ଅବସର ନେବା ପରେ ଦେଶର ପ୍ରଥମ ସିଡିଏସ୍‌ ଭାବେ ଶପଥ ନେବେ ବିପିନ୍‌ ରାଓ୍ୱତ୍ ।


ଡିସେମ୍ବର ୨୪ ତାରିଖରେ ବସିଥିବା କ୍ୟାବିନେଟ୍‌ ବୈଠକରେ ସିଡିଏସ୍‌ ପଦବିକୁ ମୃଞ୍ଜୁରୀ ମିଳିଥିଲା । ଗତ ଗଣତନ୍ତ୍ର ଦିବସରେ ଏହି ପଦିବୀର ପ୍ରତିଷ୍ଠା ନେଇ ପ୍ରଧାନମୃନ୍ତ୍ରୀ ଘୋଷଣା କରିଥିଲେ । ବିପିନ୍‌ ରାଓ୍ୱତ୍ ଗତ ତିନି ବର୍ଷ ଧରି ସେନାଧ୍ୟକ୍ଷ ପଦବୀରେ ଅବସ୍ତାପିତ ଥିଲେ । ଏବେ ସେ ସରକାର ଏବଂ ସେନା ମଧ୍ୟରେ ସମୃନ୍ବୟ ରକ୍ଷା କରିବେ । ପୂର୍ବରୁ ସିଡିଏସ୍‌ ପଦବିର ଅବସର ବୟସ ୬୨ ବର୍ଷ ରହିଥିବା ବେଳେ ଏହାକୁ ଏବେ ୬୫ ବର୍ଷ ବୟସକୁ ବୃଦ୍ଧି କରାଯାଇଛି । ନିଯୁକ୍ତି ସଂପର୍କିତ କ୍ୟାବିନେଟ୍ କମିଟି ଏହାକୁ ମଞ୍ଜୁରୀ ପ୍ରଦାନ କରିଛି । ତିନି ସେନା ମଧ୍ୟରେ ସମନ୍ୱୟ ରକ୍ଷା କରି କାର୍ଯ୍ୟ କରିବେ ଜେନେରାଲ୍ ରାଓ୍ୱତ୍ ।

Leave a Reply