୨୭ ତାରିଖରେ ହେବ ଜୁନାଗଡ଼ ଏନଏସି ଅନାସ୍ଥା ଭୋଟ୍

ଧର୍ମଗଡ଼ : ଆସନ୍ତା ୨୭ ତାରିଖରେ ହେବ ଜୁନାଗଡ଼ ଏନଏସି ଅନାସ୍ଥା ଭୋଟ୍ । ଏନେଇ କଳାହାଣ୍ଡି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜୁଲାଇ ମାସରୁ ଆବେଦନ ହୋଇଥିଲେ ବି ବାରମ୍ବାର ଅଧ୍ଯକ୍ଷଙ୍କ ବିରୋଧରେ ଅନାସ୍ଥା ଭୋଟ ଘୁଞ୍ଚି ଚାଲିଛି । ତାରିଖ ଧାର୍ଯ୍ଯ ହୋଇମଧ୍ଯ ନିର୍ବାଚନ ଅଧିକାରୀ ଆସୁନଥିବାରୁ ଅନାସ୍ଥା ଭୋଟ ହୋଇପାରୁନି । ୧୨ଟି ୱାର୍ଡ ବିଶିଷ୍ଟ ଜୁନାଗଡ଼ ଏନଏସିରେ ବିଜେଡିର ୧୦ ଜଣ କାଉନସିଲର ରହିଛନ୍ତି । ବିଜେପିର ମୁକେଶ ଅଗ୍ରୱାଲ ଏଠାରେ ଅଧ୍ଯକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନଏସିରେ ମନମୁଖି କାମ ଓ କାଉନସିଲରଙ୍କୁ ଅଣଦେଖା ଅଭିଯୋଗ କରି ଜୁଲାଇ ୧୬ ତାରିଖରେ ଜିଲ୍ଲାପାଳଙ୍କୁ ଭେଟି ଅଧ୍ଯକ୍ଷଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ କାଉନସିଲ । ପ୍ରଥମେ ଅଗଷ୍ଟ ଏକ ତାରିଖରେ ଅନାସ୍ଥା ଭୋଟ କରିବାକୁ ଜିଲ୍ଲାପାଳ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଦିନ ୧୧ଟା ବେଳେ ସବୁ ପ୍ରସ୍ତୁତି ହୋଇଥିବାବେଳେ ନିର୍ବାଚନ ଅଧିକାରୀ ଆସିନଥିଲେ । ପରେ ଅଗଷ୍ଟ ୯ ତାରିଖରେ ଅନାସ୍ଥା ହେବାକୁ ଧାର୍ଯ୍ଯ ହୋଇଥିଲେ ମଧ୍ଯ ନିର୍ବାଚନ ଅଧିକାରୀ ଆସିନଥିଲେ । ନିଜ ଅଧ୍ୟକ୍ଷକୁ ବଞ୍ଚାଇବା କୁ ଯାଇ ବିଜେପି ଚକ୍ରାନ୍ତ କରି ସମସ୍ତ ସରକାରୀ କ କୁ ବ୍ୟବହାର କରୁଥିବା ଅଭିଯୋଗ କରିଛି ବିଜୁ ଜନତା ଦଳ ।   ଏନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ମାମଲାର ବିଚାର କରି ଆସନ୍ତା ୨୭ ତାରିଖରେ ଅନାସ୍ଥା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ବିଜେଡି କାଉନସିଲରମାନେ ଜିଲ୍ଲାପାଳଙ୍କୁ ଭେଟି ହାଇକୋର୍ଟଙ୍କ ଏହି ନିର୍ଦ୍ଦେଶନାମା ପ୍ରଦାନ କରିଛନ୍ତି ।