ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା, ଆଜି ଅଭିଯୁକ୍ତ ସଞ୍ଜୟର ପଲିଗ୍ରାଫ ଟେଷ୍ଟ

କୋଲକାତା: ଡାକ୍ତରୀ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲା । ମୁଖ୍ଯ ଅଭିଯୁକ୍ତ ସଞ୍ଜୟ ରୟର ଆଜି ହେବ ପଲିଗ୍ରାଫ ଟେଷ୍ଟ । ଗତକାଲି ପୂର୍ବତନ ପ୍ରିନସିପାଲ ସନ୍ଦୀପ ଘୋଷଙ୍କ ସମେତ ୬ ଜଣଙ୍କ ହୋଇଛି ଟେଷ୍ଟ ।  ଦିଲ୍ଲୀରୁ ଆସିଥିବା ସେଣ୍ଟ୍ରାଲ ଫରେନସିକ ସାଇନ୍ସ ଲାବରେଟୋରୀର ଏକ ମେଡିକାଲ ଟିମ କରିଛନ୍ତି ପଲିଗ୍ରାଫ ଟେଷ୍ଟ ।

ସେମିନାର ହଲରୁ ମିଳିଥିବା ଫିଙ୍ଗରପ୍ରିଣ୍ଟ ଅନୁସାରେ ୨ ଜଣ ପ୍ରଥମ ବାର୍ଷିକ ପିଜି ଟ୍ରେନି ଛାତ୍ରଙ୍କର ହୋଇଛି ଟେଷ୍ଟ । ସେପଟେ କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ସମସ୍ତ ତଦନ୍ତ ଯୋଗ୍ଯ ନଥିକୁ ସିବିଆଇକୁ ହସ୍ତାନ୍ତର କରିଛି ଏସଆଇଟି ।  ଆର୍ଥିକ ଅନିୟମିତତାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିବା ଲାଗି ନିର୍ଦ୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ ।

ପୂର୍ବତନ ଅଧ୍ଯକ୍ଷ ସନ୍ଦୀପ ଘୋଷଙ୍କ କାର୍ଯ୍ୟକାଳରେ ହୋଇଥିବା ଅନିୟମିତତାର ତଦନ୍ତ କରିବ ସିବିଆଇ । ସେପଟେ ସଞ୍ଜୟର ବାଇକକୁ ଜବତ କରିଛି ପୋଲିସ । ଗିରଫ ହୋଇଥିବା ଅଭିଯୁକ୍ତ ସଞ୍ଜୟ ରୟ ଅଗଷ୍ଟ ୯ ତାରିଖ ରାତିରେ ମେଡିକାଲ ଭିତରକୁ ପ୍ରବେଶ କରୁଥିବାର ସିସିଟିଭି ଭିଜୁଆଲ ସିବିଆଇ ପାଇଥିଲା ।