ପ୍ରଭାସଙ୍କୁ ଜୋକର କହି ଟ୍ରୋଲର ଶିକାର ହେଉଛନ୍ତି ଅର୍ଶଦ

ନନ୍ଦିଘୋଷ ବ୍ୟୁରୋ: ବଲିଉଡ ତାରକା ଅର୍ଶଦ ନିକଟରେ ଏକ ଇଣ୍ଟରଭିୟ୍ୟୁରେ ଦେଇଥିବା ବିବାଦୀୟ ପ୍ରତିକ୍ରିୟାକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । କଳକୀରେ ପ୍ରଭାସ ଜୋକରଙ୍କ ଭଳି ଦେଖାଯାଉଥିବା କହିଥିଲେ ଅର୍ଶଦ । ଯାହାକୁ ନେଇ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସାଙ୍ଗକୁ ପ୍ରଂଶସକମାନେ ମଧ୍ୟ ଅର୍ଶଦଙ୍କୁ ଟ୍ରୋଲ କରୁଥିବା ଦେଖିବାକୁ ମିଳୁଛି । ଏପରିକି ଅର୍ଶଦଙ୍କ ପରିବାରକୁ ନେଇ ଟ୍ରୋଲ କରାଯାଉଥିବା ଦେଖିବାକୁ ମିଳିଛି ।

ଜୁନ ୨୭ ୨୦୨୪ରେ ପ୍ରଭାସଙ୍କ ଅଭିନୀତ ଫିଲ୍ମ କଳକୀ ୨୮୯୮ ରିଲିଜ ହୋଇଥିଲା । ଏଥିରେ ଦିପିକା ପାଦୁକୋନ, ଅମିତାଭ ବଚ୍ଚନ ଏବଂ କମଲ ହାସନଙ୍କ ଭଳି ଅଭିନେତାଙ୍କ ଜଲଓ୍ବା ଦେଖିବାକୁ ମିଳିଥିଲା । ବକ୍ସ ଅଫିସରେ ଏହା ହିଟ୍ ସାବ୍ୟସ୍ତ ହେବା ସହ ଭଲ ରୋଜଗାର ମଧ୍ୟ କରିଥିଲେ । ବିଦେଶରେ ଫିଲ୍ମକୁ ନେଇ ବହୁ ପ୍ରଂଶସା ମଧ୍ୟ କରାଯାଇଥିଲା । ତେବେ ଏତେ ସଫଳତା ମଧ୍ୟରେ ଅର୍ଶଦ କହିଥିବା ପ୍ରତିକ୍ରିୟାକୁ ନେଇ ଏବେ ସେ ସମାଲୋଚନାର ଶିକାର ହେଉଛନ୍ତି ।