ଚିକିଟି ମଦମୃତ୍ୟୁ ମାମଲାରେ ଗ୍ରାମବାସୀଙ୍କୁ ଭେଟିବାକୁ ଯାଇ ହଟହଟା ବିଧାୟକଙ୍କ ପତ୍ନୀ

ଚିକିଟି: ଗଞ୍ଜାମ ଜିଲ୍ଲା ଚିକିଟି ବିଷାକ୍ତ ମଦ ମୃତ୍ୟୁ ମାମଲାରେ ବଢିଲା ଗିରଫ ସଂଖ୍ୟା । ଆଉ ଜଣେ ମଦ ବ୍ୟବସାୟୀ ରାଜେନ୍ଦ୍ର ସାହୁଙ୍କୁ ଗିରଫ କଲା ପୋଲିସ । ଗିରଫ ସଂଖ୍ୟା ୮ରେ ପହଞ୍ଚିଛି । ସେପଟେ ଜେନାପୁର ଗ୍ରାମର ଦୁଇ ମୃତକଙ୍କ ପରିବାର ନିକଟରେ ଆଜି ପର୍ଯ୍ୟନ୍ତ ପହଞ୍ଚି ନାହାନ୍ତି ଚିକିଟି ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ମନୋରଞ୍ଜନ ଦ୍ୟାନ ।

ଆଜି ବିଧାୟକଙ୍କ ଧର୍ମ ପତ୍ନୀ ମିନା ଦ୍ୟାନ ଆଜି ମୃତକ ଗାଁରେ ପହଞ୍ଚିଥିବା ବେଳେ ବିରୋଧର ଶିକାର ହୋଇଛନ୍ତି । ଏତେଦିନ ହେଲା କୁଆଡେ ଯାଇଥିଲେ ବିଧାୟକ ହେଲେ ଆଜି ଆପଣ ଆସିଛନ୍ତି ବୋଲି କହି ବିରୋଧ କରିଛନ୍ତି ଗ୍ରାମବାସୀ । ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ଭୋଟରେ ନିର୍ବାଚିତ ହେଇଛନ୍ତି ବିଧାୟକ ମନୋରଞ୍ଜନ ଦ୍ୟାନ । ହେଲେ ଲୋକଙ୍କ ସୁଖ ଦୁଃଖର ପହଞ୍ଚୁ ନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଗ୍ରାମବାସୀ ।