ଆଜି ବିଧାନସଭା ଅଧିବେଶନର ଚତୁର୍ଥ ଦିନ

ଭୁବନେଶ୍ବର : ଆଜି ହେଉଛି ବିଧାନସଭା ଅଧିବେଶନର ଚତୁର୍ଥ ଦିନ । ଚିକିଟି ମଦମୃତ୍ଯୁକୁ ନେଇ ପୁଣି ଗୃହ ହୁଲସ୍ତୁଲ ହୋଇପାରେ । ବିରୋଧୀ ବିଜେଡି ଅବକାରୀ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଟଳ ରହିଛି । ଦୁଇଦିନ ଧରି ଗୃହରେ ଏହି ପ୍ରସଙ୍ଗରେ ଶାସକ ଦଳକୁ ଘେରି ପ୍ରଶ୍ନ କରିଛି ବିଜେଡି । ଆଜି ମଧ୍ଯ ଗୃହ ସ୍ବାଭାବିକ ଆଶା କ୍ଷୀଣ ରହିଛି । ତେବେ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗର ପ୍ରଶ୍ନକାଳ ରହିଛି । ବିଦ୍ଯାଳୟ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ଏଭଂ ସଂଖ୍ଯାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ଯାଣ, କ୍ରୀଡ଼ା ଓ ଯୁବକଲ୍ଯାଣ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ଯ ଓ ସଂସ୍କୃତି, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରଶ୍ନକାଳ ରହିଛି । ସେହିପରି ଖାଦ୍ଯ ଯୋଗାଣ ଓ ଖାଉଟି କଲ୍ଯାଣ ଏବଂ ସମବାୟ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ରହିଛି । ବିରୋଧୀ ପକ୍ଷରୁ ମଧ୍ଯ ମୁଲତବି ପ୍ରସ୍ତାବ ଆସିବ ।