ମଦ ପାଇଁ ପଇସା ନ ଦେବାରୁ ମା’କୁ ହତ୍ୟା କଲା ପୁଅ

ନନ୍ଦିଘୋଷ ବ୍ୟୁରୋ: ମଦ ପାଇଁ ପଇସା ନ ଦେବାରୁ ମା’କୁ ହତ୍ୟା କଲା ପୁଅ । ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ରାଇତଳା ଗାଁରେ ଘଟିଛି ଏଭଳି ଘଟଣା। ଗତକାଲି ଅପରାହ୍ନ ସାଢେ ୪ଟାରେ ଟିକିଲି ନାୟକ ନାମକ ଜଣେ ମହିଳାଙ୍କୁ ତାଙ୍କ ପୁଅ ଗଣେଶ ନାୟକ ଓରଫ୍ ଗିରି ଫାର୍ସାରେ ହାଣି ହତ୍ୟା କରିଛନ୍ତି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଣେଶଙ୍କୁ ଗିରଫ କରିବା ସହ ହତ୍ୟାରେ ବ୍ୟବହୃତ ଫାର୍ସାକୁ ଜବତ କରିଛି । ଘଟଣାରୁ ଜଣାପଡିଛି ଯେ, ରାଇତଳା ଗ୍ରାମର ଟିକିଲି ନାୟକ ନିଜ ଘରେ ଥିବା ବେଳେ, ତାଙ୍କ ପୁଅ ଗଣେଶ ଘରେ ପହଞ୍ଚି ମଦ ପିଇବା ପାଇଁ ମା’କୁ ପଇସା ମାଗିଥିଲା । ଟିକିଲି ପଇସା ନଦେବାରୁ ଉଭୟ ମା ଓ ପୁଅଙ୍କ ମଧ୍ୟରେ କିଛି ସମୟ ଧରି ବଚସା ହୋଇଥିଲା । ପରେ ଉତକ୍ଷୀପ୍ତ ହୋଇ ଗଣେଶ ଏକ ଫାର୍ସାରେ ମା ଟିକିଲିକୁ ହତ୍ୟା କରିଥିଲା । ଗଁଦିଆ ପୋଲିସ ଘଟଣଶର ତଦ କରୁଛି।