ଖୁବଶୀଘ୍ର ହାତକୁ ଦି ହାତ ହେବେ ରାହୁଲ ଗାନ୍ଧୀ !

ନୂଆଦିଲ୍ଲୀ: ହାତକୁ ଦି ହାତ ହେବେ ଏଲିଜେବଲ ବ୍ୟାଚେଲର ରାହୁଲ ଗାନ୍ଧୀ  । ଖୁବଶୀଘ୍ର ଗାନ୍ଧୀ ପରିବାରରେ ବାଜିବ ସାହନାଇ  । ସାମିଲ ହେବେ ନୂଆ ସଦସ୍ୟ । ମହିଳା ଫ୍ୟାନ୍ସଙ୍କୁ ନିରାଶ କରି ପ୍ରନିତିଙ୍କ ହାତ ଧରିବେ ରାହୁଲ  । ବହୁ ପ୍ରତୀକ୍ଷା ପରେ ଗାନ୍ଧୀ ପରିବାରକୁ ମିଳିବ ନୂଆ ବୋହୂ  । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବିବାହକୁ ନେଇ ସଂଶୟ ଜାରି ରହିଥିବାବେଳେ ଏବେ ଏଥିରେ ପୂର୍ଣ୍ଣଚ୍ଛେଦ ପଡିବ  ।  ଆଜ୍ଞା ହଁ ଆପଣ ଠିକ ଶୁଣିଲେ  । ଜୀବନସାଥୀ ବାଛି ନେଇଛନ୍ତି ରାହୁଲ  । ଏକଥା ଆମେ କହୁନାହୁଁ ରାହୁଲ ଓ ପ୍ରଣିତିଙ୍କ ବିବାହ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଚାଲିଛି  ।

ପ୍ରେମରେ ଉବୁଟୁବୁ ରାହୁଲଙ୍କ ଚୋରା ପିରତି ଏବେ ସମସ୍ତଙ୍କ ନଜରରେ ଆସିଛି  । ଏହି ଦେଖୁ ନାହାନ୍ତି କେମିତି ଏକ ସାଧାରଣ ସଭାରେ ରାହୁଲ କହୁଛନ୍ତି ଯେ ଖୁବଶୀଘ୍ର ମୁଁ ବାହା ହେବି  । ରାହୁଲଙ୍କ ଏହି ହସରୁ ବୁଝିବା ଲୋକେ ନିଶ୍ଚୟ ବୁଝୁଥିବେ ।

ରାହୁଲଙ୍କ ଭାରତ ଯୋଡୋ ଯାତ୍ରା ହେଉ କି ସଂସଦ ଭବନ ଦୁହିଁଙ୍କୁ ଏବେ ଚାରିଆଡ଼େ ଏକାଠି ଦେଖିବାକୁ ମିଳୁଛି  । ନବନିର୍ବାଚିତ ସାଂସଦ ସଂସଦରେ ଶପଥ ନେବା ବେଳର ଦୃଶ୍ୟ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲା  । ମହାରାଷ୍ଟ୍ର ସୋଲାପୁର ଆସନରୁ ନିର୍ବାଚନ ଜିତିଥିବା ପ୍ରଣିତି ସିନ୍ଦେଙ୍କ ସାମନା ସିଟ୍‌ରେ ବସିଥିଲେ ରାହୁଲ ଗାନ୍ଧୀ  । ରାହୁଲଙ୍କୁ ଦେଖି ପ୍ରଣିତି ନମସ୍କାର ଜଣାଇଥିବା ବେଳେ ହାତ ବଢାଇ ଦେଇଥିଲେ ରାହୁଲ  । ପ୍ରଣିତି ରାହୁଲଙ୍କ ସହ କରମର୍ଦ୍ଦନ କରି ଶପଥ ନେବାକୁ ଯାଇଥିଲେ  । ଏହି ଭିଡିଓ ଭାଇରାଲ ହେବା ପରେ ରାହୁଲ ଓ ପ୍ରଣିତିଙ୍କ  ପ୍ରେମ ସମ୍ପର୍କକୁ ନେଇ ସୋସିଆଲ ମିଡିଆ ୟୁଜର ଟୁପୁରୁ ଟାପୁରୁ ହେଲେଣି  ।

କେବଳ ସେତିକି ନୁହେଁ ତେଲାଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀଙ୍କ ଶପଥ ଗ୍ରହଣ ସମାରୋହରେ ଏକାଠି ଦେଖିବାକୁ ମିଳିଥିଲେ ରାହୁଲ ପ୍ରଣିତି  । ଦୁହେଁ ଆଗପଛ ହୋଇ ବସିଥିବା କ୍ୟାମେରାରେ କଏଦ ହୋଇଥିଲା  । ରାହୁଲ ପ୍ରିୟଙ୍କାଙ୍କ ବ୍ୟତୀତ ପ୍ରଣିତିଙ୍କ ଉପରେ ସବୁ ଫୋକସ ହୋଇଥିଲା  । ସୋସିଆଲ ମିଡିଆରେ ଏହି ଭିଡିଓକୁ ନେଇ ଚର୍ଚ୍ଚା ଜୋର ଧରିଥିଲା  ।

କିଏ ଏହି ପ୍ରଣିତି ସିନ୍ଦେ?

ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ସୁଶୀଲ କୁମାର ସିନ୍ଦେଙ୍କ ଏକମାତ୍ର ଝିଅ ପ୍ରଣିତି  । ସୋଲାପୁର ଆସନରୁ ତିନି ଥର ବିଧାୟକ ରହିବା ପରେ ଚଳିତ ନିର୍ବାଚନରେ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି  । ମହାରାଷ୍ଟ୍ର କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି ପ୍ରଣିତି  ।

ଏତେ ସବୁ ଚର୍ଚ୍ଚା ମଧ୍ୟରେ ଦୁହିଁଙ୍କ ସମ୍ପର୍କ ଓ ବିବାହକୁ ନେଇ କିନ୍ତୁ ମୁହଁ ଖୋଲି ନାହାନ୍ତି ରାହୁଲ କି ପ୍ରଣିତି  । ଦେଖାଯାଉ ଏହି ସମ୍ପର୍କ କେବେ ବିବାହରେ ପରିଣତ ହେଉଛି କେବେ ରାହୁଲ ତାଙ୍କ ପ୍ରଶଂସକଙ୍କୁ ଖୁସି ଖବର ଦେଉଛନ୍ତି  ।