ଖୁବଶୀଘ୍ର ଶ୍ରୀମନ୍ଦିରରେ କରାଯିବ ସ୍ୱତନ୍ତ୍ର ବାଟାଲିୟନ ନିଯୁକ୍ତି

1 min read

ନନ୍ଦିଘୋଷ ବ୍ୟୁରୋ: ଖୁବଶୀଘ୍ର ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ବାଟାଲିୟନ ନିଯୁକ୍ତି କରାଯିବା ନେଇ ପ୍ରତିକ୍ରିୟା ରଖିଲେ ପୋଲିସ ଡିଜି ୱାଇ. ବି. ଖୁରାନିୟା l ଶ୍ରୀମନ୍ଦିରର ସୁରକ୍ଷା ସହ ଶ୍ରଦ୍ଧାଳୁଙ୍କ ସୁରକ୍ଷା ସର୍ବାଧିକ ପ୍ରାଥମିକତା ବୋଲି କହିଛନ୍ତି ପୋଲିସ ମହାନିର୍ଦ୍ଦେଶକ । ଆଜି ଶ୍ରୀ ମନ୍ଦିର ଆସି ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ଏକଥା କହିଛନ୍ତି ରାଜ୍ୟ ପୋଲିସ ମହାନିର୍ଦେଶକ ୱାଇ.ବି.ଖୁରାନିଆ l ନୂଆ କରି ଦାୟିତ୍ୱ ନେବା ପରେ ଆଜି ଶ୍ରୀ ମନ୍ଦିର ଆସି ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ କରିବା ସହ, ଲଷ୍ମୀ ମନ୍ଦିର, ବଟ ଗଣେଶ, ଅନାନ୍ୟ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନ କରିଥିଲେ l ପୋଲିସ ଡ଼ିଜିଙ୍କ ସହ ତାଙ୍କ ଧର୍ମ ପତ୍ନୀ ମଧ୍ୟ ମହାପ୍ରଭୁଙ୍କ ଦର୍ଶନ କରିଥିଲେ l  ଦର୍ଶନ କରିସାରିବା ପରେ ପୁରୀ ପୋଲିସ ପକ୍ଷରୁ ମହାପ୍ରଭୁଙ୍କ ଖଣ୍ଡୁଆ ପ୍ରଦାନ କରାଯାଇଥିଲା ।