ଏହି ଖେଳାଳିଙ୍କୁ ସନ୍ୟାସ ବେଳେ ସଚିନଙ୍କ ଭଳି ମିଳିଲାନି ସମ୍ମାନ

1 min read

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ କ୍ରିକେଟକୁ ଏକ ନୂଆ ଦିଶା ଦେଖାଇବାରେ ଯେଉଁ କେତେଜଣ ଖେଳାଳିଙ୍କ ପ୍ରମୁଖ ଭୂମିକା ରହିଛି, ସେମାନେ ଅବସର ନେବାବେଳେ ବିସିସିଆଇ ପକ୍ଷରୁ ତାଙ୍କୁ ସେଭଳି ଭବ୍ୟ ସମ୍ମାନ ଦିଆଯାଇନାହିଁ । କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଅବସର ସମୟରେ ସମ୍ମାନ ସହ କ୍ରିକେଟରୁ ବିଦାୟ ନେଇଥିଲେ । ମାତ୍ର ତାଙ୍କ ସହ ଖେଳିଥିବା ୫ ଖେଳାଳି ଯେଉଁମାନଙ୍କ ଟିମର ସଫଳତା ପଛରେ ବଡ଼ ଅବଦାନ ରହିଥିଲା ସେମାନଙ୍କୁ କିନ୍ତୁ ସେମିତି କିଛି ସମ୍ମାନ ଦିଆଯାଇନଥିଲା ।

ମହେନ୍ଦ୍ର ସିଂ ଧୋନୀ : ୨୦୦୭ ଟି-୨୦ ବିଶ୍ବକପ ଏବଂ ୨୦୧୧ ଦିନିକିଆ ବିଶ୍ବକପ ଭାରତକୁ ଜିତାଇଥିବା ଅଧିନାୟକ ମହେନ୍ଦ୍ର ସିଂ ଧୋନୀ । ଟିମ ଇଣ୍ଡିଆକୁ ସଫଳତା ଦେବାରେ ତାଙ୍କ ବଡ଼ ଭୂମିକା ରହିଛି । ୨ଟି ବିଶ୍ବକପରେ ବିଜୟୀ ଦଳର ଅଧିନାୟକ ଧୋନୀ ୨୦୧୪ ମସିହାରେ ହଠାତ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ଆଉ ପରେ ୨୦୨୦ ମସିହାରେ ଆନ୍ତର୍ଜାତୀୟ କ୍ରିକେଟକୁ ବାଏ ବାଏ କହିଥିଲେ । କିନ୍ତୁ ସେ ଅବସର ନେବାପରେ ତାଙ୍କ ପାଇଁ ସେମିତି କିଛି ବ୍ୟବସ୍ଥା କରାଯାଇନାହିଁ ।

ବିରେନ୍ଦ୍ର ସେହ୍ବାଗ: ଟିମ ଇଣ୍ଡିଆର ଧୂଆଁଧାର ପୂର୍ବତନ ଓପନର ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ବାଗ ବଡ଼ ସ୍କୋର ସାଙ୍ଗକୁ ଟିମ ଇଣ୍ଡିଆକୁ ପ୍ରାରମ୍ଭିକ ପାଳିରେ ସହଯୋଗ କରୁଥିଲେ । ବଡ଼ ବଡ଼ ବୋଲରକୁ ପ୍ରଥମ ଓଭରରୁ ଧୁଲେଇ କରି ବଲକୁ ପୁରୁଣା କରୁଥିଲେ । ଯାହା ଦ୍ବାରା ସାଥୀ ଖେଳାଳି ମଧ୍ୟ ବଡ଼ ସଟ ମଧ୍ୟ ଖେଳିବାର ସୁଯୋଗ ପାଉଥିଲେ । ଦିନିକିଆରେ ଦ୍ବିଶତକ ହାସଲ କରିଛନ୍ତି ସେହ୍ବାଗ । ୨୦୦୭ ଟି-୨୦ ଏବଂ ୨୦୧୧ ଦିନିକିଆ ବିଶ୍ବକପ ବିଜୟୀ ଦଳର ସଦସ୍ୟ ଥିଲେ ସେହ୍ବାଗ । ୨୦୧୫ ମସିହାରେ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିବା ସେହ୍ବାଗଙ୍କ ପାଇଁ ମଧ୍ୟ ବିଦାୟ ସମ୍ମାନର ଆୟୋଜନ କରାଯାଇନଥିଲା ।

ଗୌତମ ଗମ୍ଭୀର: ୨୦୦୭ ଟି-୨୦ ବିଶ୍ବକପ ଫାଇନାଲ ଏବଂ ୨୦୧୧ ଦିନିକିଆ ବିଶ୍ବକପ ଫାଇନାଲର ହିରୋ ଗୌତମ ଗମ୍ଭୀର ୨୦୧୮ ମସିହାରେ ଆନ୍ତର୍ଜାତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି । ଅନେକ ମ୍ୟାଚର ବଡ଼ ବଡ଼ ଖେଳାଳି ଆଉଟ ହୋଇଥିଲେ ସୁଦ୍ଧା ଏକାକି ଦଳ ପାଇଁ ସଙ୍କଟମୋଚକ ସାଜୁଥିବା ଗୌତମ ଗମ୍ଭୀର ମଧ୍ୟ ଅବସର ଘୋଷଣା କରିବା ପରେ ବିସିସିଆଇ ପକ୍ଷରୁ ତାଙ୍କ ଲାଗି କୌଣସି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇନଥିଲା ।

ହାହିର ଖାନ: ଭାରତୀୟ କ୍ରିକେଟ ଦଳର ଦୃତ ବୋଲର ଜାହିର ଖାନ ଦୀର୍ଘଦିନ ଧରି ଦଳର ଦୃତ ବୋଲରଙ୍କ ନେତୃତ୍ବ ନେଉଥିଲେ । ତାଙ୍କ ଘାତ ବୋଲିଂ ଆଗରେ ବଡ଼ ବଡ଼ ବ୍ୟାଟ୍ସମ୍ୟାନମାନେ ମଧ୍ୟ ଧରାଶାୟୀ ହେଉଥିଲେ । ୨୦୧୭ ମସିହାରେ ସେ ଆନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଥିଲେ । ମାତ୍ର ଆହତ କାରଣରୁ ଦୀର୍ଘଦିନ ଧରି ସେ ଦଳରୁ ବାହାରେ ରହୁଥିଲେ । ଟିମ ଇଣ୍ଡିଆ ୨୦୧୧ ବିଶ୍ବକପ ଦଳର ସଦସ୍ୟ ଥିଲେ ଜାହିର । ମାତ୍ର ସେ ଅବସର ନେବା ସମୟରେ ସେମିତି କିଛି ବିଦାୟ କାଳିନ ଭବ୍ୟ ସ୍ବାଗତ କରାଯାଇନଥିଲା ।

ରାହୁଲ ଦ୍ରାବିଡ୍: ଭାରତୀୟ ଦଳର ୨ ଜଣ ଖେଳାଳି ଯେଉଁମାନେ କି ଟେଷ୍ଟ ଏବଂ ଦିନିକିଆରେ ୧୦ ହଜାର ସ୍କୋର ପାର କରିଛନ୍ତି । ସଚିନଙ୍କ ପରେ ଦ୍ରାବିଡ ଏହି ତାଲିକାରେ ରହିଛନ୍ତି । ଟେଷ୍ଟ କ୍ରିକେଟରେ ଭାରତୀୟ ଦଳକୁ ମଜବୁତ କରିବାରେ ଦ୍ରାବିଡଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ରହିଥିଲା । ଦ ଓ୍ବାଲ ଭାବେ ଦ୍ରବିଡ ପରିଚିତ ଥିଲେ । ସେ ୨୦୧୨ ମସିରେ ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ । ତାଙ୍କ ମଧ୍ୟ ବିଦାୟ କାଳିନ ସମ୍ବର୍ଦ୍ଧନା ଦିଆଯାଇନଥିଲା ।