କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ଯା ମାମଲାରେ ବନ୍ଦ ଡାକରା

ନନ୍ଦିଘୋଷ ବ୍ୟୁରୋ: କୋଲକାତା ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ  ଓ ହତ୍ଯା ଘଟଣା। ଇଣ୍ଡିଆନ ମେଡିକାଲ ଆସୋସିଏସନ ପକ୍ଷରୁ ୨୪ ଘଣ୍ଟିଆ ଦେଶବ୍ଯାପୀ ଧର୍ମଘଟ ଡାକରା ଦିଆଯାଇଛି। ଆନ୍ଦୋଳନ ଯୋଗୁ ଓପିଡି ଓ ଇଲେକ୍ଟିଭ ସର୍ଜରୀ ବନ୍ଦ ରହିଥିବାବେଳେ  ସମସ୍ତ ଜରୁରୀକାଳୀନ ସେବା ଜାରି ରହିଛି। ଦିଲ୍ଲୀ ସମତେ ଦେଶର ସମସ୍ତ ମେଡିକାଲରେ ସେବା ପ୍ରଭାବିତ ହୋଇଛି। ଆବାସିକ ଡାକ୍ତରଙ୍କ ସୁରକ୍ଷା ସମେତ ଅନ୍ଯାନ୍ଯ ଦାବିରେ ଅଟଳ ଅଛନ୍ତି ଡାକ୍ତର ସଂଘ। ଦେଶର ସର୍ବବୃହତ ଡାକ୍ତର ସଂଘ ଆଇଏମଏ ପକ୍ଷରୁ ଆବାସିକ ଡାକ୍ତରଙ୍କ ସୁରକ୍ଷା ସମେତ ୩୬ ଘଣ୍ଟିଆ ସିଫ୍ଟରେ ପରିବର୍ତ୍ତନ ଦାବି କରାଯାଇଛି। କର୍ମକ୍ଷେତ୍ରରେ ମେଡିକାଲ କର୍ମଚାରୀଙ୍କ ବିରୋଧରେ ହିଂସା ରୋକିବା ଲାଗି ଏକ କେନ୍ଦ୍ରୀୟ ଆଇନ ଦାବିରେ ଅଟଳ ରହିଛି ଆଇଏମଏ। ଏହା ସହ ଅଧିକ ସଂଖ୍ଯକ ନିରାପତ୍ତା କର୍ମଚାରୀ ମୁତୟନ କରିବା, ସିସିଟିଭି ଲଗାଇବା ଆଦି ଦାବି କରିଛି ଆଇଏମଏ। ଏହି ଦେଶବ୍ଯାପୀ ଧର୍ମଘଟରେ ବି ସାମିଲ ହୋଇଛି ଅଲ ଇଣ୍ଡିଆ ମେଡିକାଲ ଷ୍ଟୁଡେଣ୍ଟସ ଆସୋସିଏସନ ବା ଏଆଇଏମଏସଏ ଏବଂ ଫେଡେରେସନ ଅଫ ରେସିଡେଣ୍ଟ ଡକ୍ଟର୍ସ ଆସୋସିଏସନ ବା ଫୋର୍ଡା। ଏପଟେ ରାଉରକେଲା ସରକାରୀ ଡାକ୍ତରଖାନା ସମ୍ମୁଖରେ ଡାକ୍ତରମାନେ କଳାଵ୍ୟାଚ ପିନ୍ଧି ପ୍ରତିବାଦ  କରିଵା ସହ ଡ଼ାକ୍ତରମାନଙ୍କ ସୁରକ୍ଷା ଦାବି କରିଛନ୍ତି ।