ରାସନକାର୍ଡଧାରୀଙ୍କୁ ଗହମ ପ୍ରଦାନ ପ୍ରସଙ୍ଗ: ମୁହାଁମୁହିଁ ହୋଇଛନ୍ତି ଯୋଗାଣମନ୍ତ୍ରୀ ଓ ବିରୋଧୀ ଦଳ ଉପମୁଖ୍ଯ ସଚେତକ

ଭୁବନେଶ୍ୱର: ରାସନକାର୍ଡଧାରୀଙ୍କୁ ଗହମ ପ୍ରଦାନ ପ୍ରସଙ୍ଗରେ ମୁହାଁମୁହିଁ ହୋଇଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଓ ବିରୋଧୀ ଦଳ ଉପମୁଖ୍ଯ ସଚେତକ ପ୍ରତାପ ଦେବ। ପୁଣି ଥରେ ରାସନକାର୍ଡ ହିତାଧିକାରୀଙ୍କୁ ଚାଉଳ ସହ ମିଳିବ ଗହମ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ। ହିତାଧିକାରୀଙ୍କୁ ମିଳୁଥିବା ଚାଉଳର ୨୦ ପ୍ରତିଶତ ଗହମ ଦେବାକୁ କେନ୍ଦ୍ର ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ନିକଟରେ ଦାବି କରିଥିବା ସେ କହିଛନ୍ତି। ରାଜ୍ଯବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି କେନ୍ଦ୍ର ନିକଟରେ ଏହି ଦାବି କରାଯାଇଥିବା ସେ କହିଛନ୍ତି।

ସେପଟେ ବିରୋଧୀ ଦଳ ଉପମୁଖ୍ଯ ସଚେତକ ପ୍ରତାପ ଦେବ କହିଛନ୍ତି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ଚାଉଳ ଓ ଗହମର ବ୍ୟବସ୍ଥା ରହିଛି। ଯେହେତୁ ଓଡିଶା ଏକ ଚାଉଳ ଉତ୍ପାଦନ କାରୀ ରାଜ୍ୟ, ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଗହମ ନାହିଁ। ରାଜ୍ଯରେ ଗହମ ଯୋଗାଣ ବନ୍ଦ ହୋଇନି। ଖାଦ୍ୟ ଅଭ୍ୟାସ ବଦଳାଇଲେ, ଚାଉଳ ବଦଳରେ ଗହମ ଖାଇବା ଅଭ୍ୟାସ ବଢ଼ିଗଲେ ଏହା ରାଜ୍ୟର ଚାଷ ଓ ଚାଷୀଙ୍କ ଉପରେ ପ୍ରଭାବ ପଡିବ। ଭବିଷ୍ୟତ ପାଇଁ ଏହା ଠିକ ନୁହେଁ। ବିଜେଡି ଏହାର ଆଗରୁ ପ୍ରତିବାଦ କରିଥିଲା। ପୂର୍ବ ସରକାର ଗହମ କାଟିଦେଇଥିବା ମନ୍ତବ୍ଯ ସମ୍ପୂର୍ଣ୍ଣ ଅଯୌକ୍ତିକ ବୋଲି ସେ କହିଛନ୍ତି।