spot_img

Latest Posts

ମୁମ୍ବାଇ ଅଟଳ ସେତୁ ଉପରୁ ଡେଇଁ ଆତ୍ମହତ୍ୟା କରୁଥିଲେ ମହିଳା, କ୍ୟାବ୍ ଡ୍ରାଇଭର ବଞ୍ଚାଇଲା ଜୀବନ

ନନ୍ଦିଘୋଷ ବ୍ୟୁରୋ: ଆଖିପିଛୁଳାକେ ଘଟିଗଲା ଅଘଟଣ। ମୁମ୍ବାଇ ଟ୍ରାନ୍ସ ହାରବର ଲିଙ୍କ ବା ଅଟଳ ସେତୁ ଉପରୁ ଲମ୍ଫ ମାରି ଆତ୍ମହତ୍ୟା କରୁଥିଲେ ମହିଳା। ମାତ୍ର ବିଧିର ବିଧାନ ବିଚିତ୍ର। ତତକ୍ଷଣାତ ସେଠାରେ ଉପସ୍ଥିତ ଥିବା ଜଣେ କ୍ଯାବ୍ ଡ୍ରାଇଭର ଓ ପୋଲିସର ଉପସ୍ଥିତ ବୁଦ୍ଧି ଯୋଗୁ ମହିଳା ଜଣକ ବଞ୍ଚି ଯାଇଥିଲେ। ସମସ୍ତ ଦୃଶ୍ଯ ସିସିଟିଭିରେ କଏଦ ହୋଇଥିଲା।

ସୂଚନା ଅନୁଯାୟୀ, ଉତ୍ତର-ପୂର୍ବ ମୁମ୍ବାଇ ଅନ୍ତର୍ଗତ ମୁଲୁନ୍ଦର ୫୬ ବର୍ଷ ବୟସ୍କା ରିମା ମୁକେଶ ପଟେଲ ଅଟଳ ସେତୁର ସେଫ୍ଟି ବ୍ଯାରିଅର ଉପରେ ବସିଥିଲେ। ପରେ ସେ କିଛି ସାମଗ୍ରୀ ସମୁଦ୍ର ମଧ୍ଯକୁ ଫୋପାଡିବା ସହ ସମୁଦ୍ରକୁ ଅଚାନକ ଲମ୍ଫ ମାରିଥିଲେ। ଏହା ଦେଖି ସେଠାରେ ଉପସ୍ଥିତ ଥିବା ଜଣେ କ୍ଯାବ ଡ୍ରାଇଭର ତତକ୍ଷଣାତ ତାଙ୍କୁ ଧରି ପକାଇଥିଲେ। ଠିକ୍ ଏହି ସମୟରେ ସେଠାରେ ଥିବା ଏକ ପାଟ୍ରୋଲିଂ ଗାଡିର କେତେକ ପୋଲିସ କର୍ମଚାରୀ ବି ଦୌଡି ଆସି ମହିଳାଙ୍କୁ ଉଦ୍ଧାର କରିଥିଲେ। ନାଟକୀୟ ଉଦ୍ଧାର ପ୍ରକ୍ରିୟା କ୍ରମେ ମହିଳାଙ୍କ ଜୀବନ ରକ୍ଷା କରାଯାଇପାରିଥିଲା। ପ୍ରାୟ ଗୋଟିଏ ମିନଟର ରେସ୍କ୍ଯୁ ଅପରେସନ ଯୋଗୁ ମହିଳା ଜୀବନ ଫେରିପାଇବାକୁ ସକ୍ଷମ ହୋଇଥିଲେ। ଏହାକୁ ନେଇ ମୁମ୍ବାଇ ପୋଲିସ କମିଶନର ବିବେକ ଫନସଲକର କହିଛନ୍ତି ଲଳିତ ସିରସାତ, କିରଣ ମହାତ୍ରେ, ୟାଶ ସୋନୱାନେ ଓ ମୟୂର ପାଟିଲଙ୍କ ଉଦ୍ଯମ ଯୋଗୁ ମହିଳାଙ୍କ ଜୀବନ ରକ୍ଷା ହୋଇପାରିଥିଲା।

ଗତ ମାସରେ ଜଣେ ୩୮ ବର୍ଷ ବୟସ୍କ କେ. ଶ୍ରୀନିବାସ ଏହି ବ୍ରିଜରୁ ଡେଇଁ ଆତ୍ମହତ୍ଯା କରିଥିଲେ।

Latest Posts

Don't Miss