ପରାଦୀପ :  ଏକ ବିଦେଶୀ ଜାହାଜକୁ ଗିରଫ ନିର୍ଦ୍ଦେଶ । ପାରାଦ୍ଵୀପରେ ଥିବା ଇଜିପ୍ଟ ଫ୍ଲାଗସିପର ଜାହାଜକୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଏହି ଜାହାଜଟିର ନାଁ ହେଉଛି ଏମଭି ୱାଡି ଆଲବୋଷ୍ଟନ । ପାରାଦ୍ଵୀପ ବନ୍ଦର ଆଙ୍କରେଜରେ ଗତ ୬ ତାରିଖଠାରୁ ଜାହାଜଟି ରହିଛି । ପ୍ରାୟ ୪ କୋଟି ଟଙ୍କା ବକେୟା ରଖିଥିବାରୁ ଜାହାଜଟିକୁ ଗିରଫ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜର୍ମାନୀର କମ୍ପାନୀ ଇବୋଲି ଜିଏମବିଏଚର ଆବେଦନ ଉପରେ ବିଚାର କରି ଉଚ୍ଚ ନ୍ଯାୟାଳୟ ଏହି ରାୟ ଶୁଣାଇଛନ୍ତି । ଲୋ ସଲଫରିକ ମେରାଇନ ଗ୍ୟାସ ଅଏଲ ପରିବହନ ବାବଦକୁ ଜାହାଜଟି ପରିବହନ ବାବଦକୁ ୩ କୋଟି ୯୬ ଲକ୍ଷ ୧୮ ହଜାର ୧୨୯ ଟଙ୍କା ୪୦ ପଇସା ବାକି ରଖିଥିବା ଦାବି କରିଛି କମ୍ପାନୀ । ଏଣୁ ଜାହାଜଟିକୁ ଅଟକ ରଖିବାକୁ କମ୍ପାନୀ ହାଇକୋର୍ଟରେ ଆବେଦନ କରିଥିଲା । ଜାହାଜଟିକୁ ଗିରଫ କରିବା ପାଇଁ କୁଜଙ୍ଗ ସିନିୟର ସବଜର୍ଜ କୋର୍ଟଙ୍କୁ ଆଡମିରାଲ ଭାବେ ନିଯୁକ୍ତ କରିଛନ୍ତି ହାଇକୋର୍ଟ । ଜାହାଜଟି ବାଂଲାଦେଶରୁ ପାରାଦ୍ଵୀପ ବନ୍ଦର ଆସିଥିବା ବେଳେ ପାରାଦ୍ଵୀପ ବନ୍ଦରରୁ ୫୫ ହଜାର ମେଟ୍ରିକ ଟନ ଲୁହାପଥର ନେଇ ଚୀନ୍ ଯିବାର ଥିଲା । ପରବର୍ତ୍ତୀ ନିର୍ଦ୍ଦେଶ ନଦିଆଯିବା ପର୍ଯ୍ୟନ୍ତ ଜାହାଜକୁ ନଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।