ଓୟୋରୁ ଧରା ପଡ଼ିଥିବା ରସିକିଆ ସ୍ବାମୀ ଗିରଫ

ନନ୍ଦିଘୋଷ ବ୍ୟୁରୋ: ଘରେ ଥିଲା ସ୍ତ୍ରୀ,  ଓୟୋରେ ବଙ୍ଗୀୟ ଯୁବତୀଙ୍କ ସହ ମଉଜ କରୁଥିଲା ସ୍ବାମୀ । ପୋଲିସ ସହାୟତାରେ ଭୁବନେଶ୍ବର ପଟିଆ ଥାନା ଅଞ୍ଚଳର ଏକ ଓୟୋ ହୋଟେଲରୁ ସ୍ବାମୀକୁ ରଙ୍ଗେହାତ ଧରିଛନ୍ତି ସ୍ତ୍ରୀ । ଅଭିଯୁକ୍ତ ସ୍ବାମୀ ହେଲା ଅଭିନବ ସିଂ । ସେ ଜଣେ ରାପର ଭାବେ କାମ କରୁଥିଲା । ଗତକାଲି ରାତିରେ ସେ ପଟିଆ ଅଞ୍ଚଳରେ ଏକ ଓୟୋରେ ଯୁବତୀଙ୍କ ସହ ଥିବାନେଇ ସ୍ତ୍ରୀ ସୂଚନା ପାଇଥିଲେ । ପରେ ଇନଫୋସିଟି ଥାନା ପୋଲିସ ସହାୟତାରେ ସେହି ହୋଟେଲକୁ ଯାଇଥିଲେ । ପୋଲିସ ରେଡ୍ କରିବା ସମୟରେ ରୋମିଓ ସ୍ବାମୀ ଦୁଇ ବଙ୍ଗୀୟ ଯୁବତୀଙ୍କ ସହ ଗୋଟିଏ ରୁମରେ ଥିଲେ । ହୋଟେଲରେ ମୋଟ ୩ଟି ରୁମ୍ ବୁକ୍ ହୋଇଥିଲା। ଗୋଟିଏ ରୁମରେ ଅଭିଯୋଗକାରୀ ମହିଳାଙ୍କ ସ୍ୱାମୀ ଅଭିନବ ସିଂଙ୍କ ସହ ୨ଜଣ ଯୁବତୀ ରହିଥିଲେ । ଏହି ସମୟରେ ଦୁଇ ଯୁବକ ଉତ୍ତ୍ଯକ୍ତ ହୋଇ ଅଭିନବଙ୍କ ସ୍ତ୍ରୀଙ୍କ ଉପରେ ଆକ୍ରମଣ କରିଥିଲେ । ରୁମ ଭିତରୁ ମଦ ସମେତ ବହୁ ଆପତ୍ତିଜନକ ସାମଗ୍ରୀ ଜବତ ହୋଇଛି । ସେଠାରେ ସେକସ ରାକେଟ ଚାଲିଥିବା ସନ୍ଦେହ କରାଯାଉଛି । ମାମଲାରେ ପୋଲିସ ଅଭିଯୁକ୍ତ ସ୍ବାମୀ ସହ ମୋଟ ୬ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ୩ ଜଣ ଯୁବତୀ ରହିଛନ୍ତି । ପୂର୍ବରୁ ଅଭିଯୁକ୍ତ ସ୍ବାମୀ ନାଁରେ ନନ୍ଦନକାନନ ଥାନାରେ ଦୁଇଟି ମାମଲା ରହିଥିବା ପୋଲିସ ସୂଚନା ଦେଇଛି ।