ବ୍ରିଜରୁ ଡେଇଁଲେ ମା ଓ ନାବାଳକ ପୁଅ

ନନ୍ଦିଘୋଷ ବ୍ୟୁରୋ: ନିଶ୍ଚିନ୍ତ କୋଇଲି ନେମାଳ ଚିତ୍ରୋତ୍ପଳା ବ୍ରିଜ ଉପରୁ ଡେଇଁ  ମା ଓ ନାବାଳକ ପୁଅର ଆତ୍ମହତ୍ୟା ଉଦ୍ୟମ । ମାଆର ପତ୍ତା ମିଳୁ ନଥିବା ବେଳେ ନାବାଳକ ପୁଅକୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାକୁ ମୃତ ଘୋଷଣା କରିଛନ୍ତି । ମାଆକୁ ଖୋଜି ବାହାର କରିବା ପାଇଁ ତଲାସୀ ଚାଲିଛି । ଦୁଇ ନାବାଳକ ପୁଅ ଝିଅଙ୍କୁ ଧରି ମାଆ ସୁହାନ ପରବିନ ନେମାଳ ପାଖ ଚିତ୍ରୋତ୍ପଳା ନଦୀ ପାଖକୁ ଆସିଥିଲେ । ଏହାପରେ ସୁହାନ ପ୍ରଥମେ ପୁଅକୁ ନଦୀକୁ ଫିଙ୍ଗିବା ପରେ ସେ ନିଜେ ନଦୀକୁ ଡେଇଁ ପଡିଥିବା ଝିଅ କହିଛି । ମୃତ ନାବାଳକ ୧୦ ବର୍ଷର ସେକ ତାୟର ଉଦ୍ଦିନ। ତେବେ ଗୃପ ଲୋନ କରିବା ହେତୁ ସେ ଚିନ୍ତିତ ଥିଲେ । ସେଥିପାଇଁ ନଦୀକୁ ଡେଇଁ ପଡିଥିବା ନାବାଳିକା ଝିଅ ଓ ସମ୍ପର୍କୀୟ କହିଛନ୍ତି।