spot_img

Latest Posts

ଡିଜେ ଶବ୍ଦକୁ ହଜମ କରିପାରିଲାନି ‘ବବଲୁ’: କଲା ଏମିତି କିଛି ଯାହା କେବେ ଆପଣ ସିନେ ପରଦାରେ ଦେଖିଥିବେ

ଶିମିଳିପାଳ: ଡିଜେ ଶୁଣି ଘାଇଲା ହେଲା ଆଉ ପାଗଳ ଭଳି ଆଚରଣ କଲା ‘ବବ୍‌ଲୁ’ । ବଣଭୋଜି ବେଳେ ପାଗଳା ଭଳି ମାଡ଼ି ଆସିଲା ‘ବବଲୁ’ ଆଉ ଯାହା କଲା ତାହା ବିଶ୍ୱାସ କରିହେବନି । ସାଧାରଣତଃ ସିନେମାରେ ଏପରି ଦୃଶ୍ୟ ଦେଖିବାକୁ ମିଳିଥାଏ। କିନ୍ତୁ ଏମିତି ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଅନ୍ତର୍ଗତ ପୀଠାବଟା ରେଞ୍ଜର ସୀତାକୁଣ୍ଡ ଅଞ୍ଚଳରେ।

ଶିମିଳିପାଳରେ ଥିବା ପୋଷା ହାତୀ ବବ୍‌ଲୁ ସବୁଦିନ ଭଳି ମହନ୍ତଙ୍କ ସହ ବୁଲିଥାଏ । ହେଲେ ଶନିବାର ଦିନ ଶିମିଳିପାଳର ସୀତାକୁଣ୍ଡକୁ ବୁଲିବାକୁ ଆସିଥିବା ବେଳେ ପର୍ଯ୍ୟଟକ ମାନେ ଆଣିଥିବା ଡିଜେ ଶବ୍ଦକୁ ‘ବବ୍‌ଲୁ’ ହଜମ କରିପାରିଲା ନାହିଁ । ତେଣୁ ସେ ବିଚଳିତ ହୋଇ ମାରି ଗୋଡ଼ାଇବା ଆରମ୍ଭ କଲା । ତା’ ସହ ସେଲ୍ଫି ଉଠାଇବାକୁ ଚେଷ୍ଟା କରିଥିଲେ ପର୍ଯ୍ୟଟକ ।

କିନ୍ତୁ ଅଫମୁଡ୍‌ରେ ଥିବା ‘ବବ୍‌ଲୁ’ ମହନ୍ତଙ୍କଠୁ ଦୁରେଇ ଆସି ଲୋକଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା। ଏମିତିକି ରୋଷେଇ ସାମଗ୍ରୀ ଖାଇଦେଇଥିଲା। ଦୀର୍ଘ ଏକ ଘଣ୍ଟା ଧରି ବବ୍‌ଲୁ ବୋବାଲ କରିବା ପରେ ତାକୁ ମହନ୍ତ ଝଞ୍ଜିରରେ ବାନ୍ଧିବାରେ ସକ୍ଷମ ହୋଇଥିଲେ। ଗୋଡ଼ରେ ଝିଞ୍ଜିରି ଲାଗିଥିବାରୁ ଅଳ୍ପକେ ବର୍ତ୍ତିଗଲେ ପର୍ଯ୍ୟଟକ। ନ ହେଲେ ବବ୍‌ଲୁ ସମ୍ଭାଳିବା ମୁସ୍କିଲ ହୋଇଥା’ନ୍ତା ।

 

Latest Posts

Don't Miss