କୌଣସି ବି ପରିସ୍ଥିତିରେ ଗାଡ଼ି ଚଳାଇାପାରିବେନି ନାବାଳକ: ରୋଡ୍ ସେଫ୍ଟି କାଉନସିଲ୍‌ ମିଟିଂ ନିଷ୍ପତ୍ତି ଅନୁଯାୟୀ ହେବ କାର୍ଯ୍ୟାନୁଷ୍ଠାନ

1 min read

ଭୁବନେଶ୍ୱର: ମୋଟର ସାଇକେଲ୍‌ ଚଲାଇପାରିବେନି ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀ । କୌଣସି ବି ପରିସ୍ଥିତିରେ ୧୮ ବର୍ଷରୁ କମ୍ ପିଲାମାନେ ଗାଡ଼ି ଚଳାଇବେ ନାହିଁ । ଯଦି କୌଣସି ଛାତ୍ରଛାତ୍ରୀ ଗାଡ଼ି ଚଳାଇବା ସମୟରେ ଧରାପଡ଼ନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ଆଉ ଯଦି ଛାତ୍ର କିମ୍ୱା ଛାତ୍ରୀ ବିଦ୍ୟାଳୟକୁ ବାଇକ୍‌ ଆଣି ଆସୁଥିବେ ତେବେ ସ୍କଲୁ କର୍ତ୍ତୃପକ୍ଷ ତାଙ୍କୁ ବାରଣ କରିବେ । ଏକାଧିକ ଥର ସଚେତନ କରିବା ପରେ ଯଦି ଛାତ୍ରଛାତ୍ରୀ ନ ମାନନ୍ତି ତେବେ ଏନେଇ ନିକଟସ୍ଥ ଆରଟିଓଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ ସମେତ ଘରୋଇ ବିଦ୍ୟାଳୟଗୁଡ଼ିକ ନିୟମ ପାଳନ କରିବାକୁ କୁହାଯାଇଛି । ପିଲାଙ୍କୁ ସଚେତନ କରିବା ସହ ଅଭିଭାବକ-ଶିକ୍ଷକ ବୈଠକରେ ଏନେଇ ଅଭିଭାବକମାନଙ୍କୁ ଅବଗତ କରାଇବେ । ସ୍କୁଲ ବସ୍‌ ନୀତି ଯେପରି ଠିକ୍‌ ଭାବେ ପାଳନ କରାଯିବ ସେଦିଗରେ ଧ୍ୟାନ ଦେବେ । ୩ ଚକିଆ ଯାନ ତଥା ଅଟୋରେ ଯାଉଥିବା ଛାତ୍ରଛାତ୍ରୀ ବହୁ ସମୟରେ ଦୁର୍ଘଟଣାର ଶିକାର ହୁଅନ୍ତି । ତେଣୁ ରାଜ୍ୟ ସଡ଼କ ସୁରକ୍ଷା ପରିଷଦର ନିୟମ ଅନୁଯାୟୀ ଯେପରି ଅଧିକ ଛାତ୍ରଛାତ୍ରୀ ଗାଡ଼ିରେ ନ ଯାଅନ୍ତି ତାହାକୁ ସୁନିଶ୍ଚିତ କରିବା ଦିଗରେ ଅଧ୍ୟକ୍ଷମାନେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସ୍ୱତନ୍ତ୍ର ସ୍କ୍ୱାଡ୍‌ ପକ୍ଷରୁ ସ୍କୁଲ୍‌ ବସ୍‌ଗୁଡ଼ିକ ଉପରେ ଚଢ଼ାଉ କରାଯାଇ ଯାଞ୍ଚ ହେବ । ରାଜ୍ୟର ୧୪୬ଟି ସ୍କୁଲ୍‌ ବସ୍‌ର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ ନାହିଁ । ତେଣୁ କମିଟିର ନିଷ୍ପତ୍ତି ଅନୁଯାୟୀ ଉକ୍ତ ବସ୍‌ଗୁଡ଼ିକର ପଞ୍ଜିକରଣ ପ୍ରମାଣପତ୍ର ବାତିଲ୍‌ କରିବାକୁ ଆରଟିଓମାନଙ୍କୁ କୁହାଯାଇଛି । ବସ୍‌ ହେଉ କି ୩ ଚକିଆ ଯାନ ସବୁଗାଡ଼ିର ଉଭୟ ପାର୍ଶ୍ୱରେ କେତେ ଛାତ୍ରଛାତ୍ରୀ ନେଉଥିବା ଧରାପଡ଼ିଛନ୍ତି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ।

Leave a Reply