ଭୂମି ପୂଜନ କରିବାକୁ ଯାଇ ହଟ୍ଟହଟ୍ଟା ହେଲେ କେନ୍ଦ୍ର ଖଣି ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ

ନନ୍ଦିଘୋଷ ବ୍ୟୁରୋ: ସେରୁବନ୍ଧ ପାହାଡକୁ ଖଣି ଖନନ ପାଇଁ ଭୂମି ପୂଜନ କରିବାକୁ ଯାଇ ହଟ୍ଟହଟ୍ଟା ହେଲେ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ । ଦାମନଯୋଡି ନାଲକୋକୁ ପଟାଙ୍ଗି ତହସିଲ ସେରୁବନ୍ଧ ପାହାଡରୁ ବାର୍ଷିକ ୩ ଦଶମିକ ୫ ମିଲିୟନ ଟନ ବକ୍ସାଇଟ ଖନନ ସକାଶେ  ଅନୁମତି ମିଳିଛି । ଯାହାକୁ ତୀବ୍ର ବିରୋଧ କରିଛନ୍ତି ୪ ପଞ୍ଚାୟତ ଲୋକ । ଫଳରେ ଭୁମିପୂଜନ କାର୍ଯ୍ୟକ୍ରମରେ ଯୋଗ ନଦେଇ ଅଧା ରାସ୍ତାରୁ ଫେରି ଆସିଥିଲେ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ।

ଖଣି ଖନନକୁ ତୀବ୍ର ବିରୋଧ । ତାତିଲେ ସ୍ଥାନୀୟ ବାସିନ୍ଦା।ଖଣି ଖନନ  ପାଇଁ  ସେରୁବନ୍ଧ ପାହାଡକୁ  ଭୂମି ପୂଜନ କରିବାକୁ ଯାଉଥିବା ବେଳେ କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀଙ୍କୁ ତୀବ୍ର ବିରୋଧ । ଫଳରେ ଭୁମିପୂଜନ କାର୍ଯ୍ୟକ୍ରମରେ ଯୋଗ ନଦେଇ ଅଧା ରାସ୍ତାରୁ ଫେରି ଯାଇଛନ୍ତି କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ । ସେରୁବନ୍ଧ ପାହାଡରୁ ବାର୍ଷିକ ୩ ଦଶମିକ ୫ ମିଲିୟନ ଟନ ବକ୍ସାଇଟ ଖନନ ପାଇଁ ନାଲକୋକୁ ଅନୁମତି ମିଳିଛି । ଖଣିରୁ ପ୍ରାୟ ୨୫ କିମି ଉର୍ଦ୍ଧ୍ବ ଦୂରରୁ କନଭେୟାର ବେଲଟ ଯୋଗେ ଦାମନଯୋଡି ପ୍ଲାଣ୍ଟକୁ ବକ୍ସାଇଟ ପରିବହନ କରାଯିବ । ଯାହାକୁ ତୀବ୍ର ବିରୋଧ କରିଛନ୍ତି ଅଞ୍ଚଳବାସୀ । ଝରଣା ପାଣିକୁ ବ୍ଯବହାର କରି ପାହାଡ ତଳେ ଶହଶହ ଏକର ଜମିରେ ଧାନ, ମାଣ୍ଡିଆ ,ସୁଆଁ ଓ ପନିପରିବା ଚାଷ କରି ହଜାର ହଜାର ପରିବାର ଜୀବିକା ନିର୍ବାହ କରୁଛନ୍ତି । ଖଣି ଖନନ ହେଲେ ଚାଷ କାର୍ଯ୍ଯ ବାଧାପ୍ରାପ୍ତ ହେବ ବୋଲି ଅଭିଯୋଗ ହେଇଛି ।

୫ମ ପର୍ଯ୍ୟାୟ ସମ୍ପ୍ରସାରଣ କରି ଦାମନଯୋଡି ପ୍ଲାଣ୍ଟରୁ ନାଲକୋ  ବାର୍ଷିକ ୧ ମିଲିୟନ ମେଟ୍ରିକ ଟନ ଅଧିକା ଅଲୁମିନା ଉତ୍ପାଦନ କରିବାକୁ ଲକ୍ଷ୍ୟ ରଖିଛି ।     ତୋବୋ ସ୍ଥାନୀୟ ଜନସାଧାରଣଙ୍କ ସମର୍ଥନ ନଥାଇ ଖଣି ଖନନ କରିବାକୁ ଉଦ୍ୟମ କରୁଛି ନାଲକୋ । କେନ୍ଦ୍ର ଖଣି ରାଷ୍ଟ୍ରମନ୍ତ୍ରୀଙ୍କ ଗସ୍ତକୁ ଗୁପ୍ତ ରଖି ଚତୁରତାର ସହ ଭୂମି ପୂଜନ କରିବାକୁ ନାଲକୋ ଉଦ୍ୟମ କରିଥିଲା । ଥୁରିଆ ରାସ୍ତା ଦେଇ କେନ୍ଦ୍ରମନ୍ତ୍ରୀଙ୍କୁ ସେରୁବନ୍ଧ ଖଣି ଅଂଚଳକୁ କଡା ସୁରକ୍ଷା ମଧ୍ୟରେ  ନେଉଥିବା ବେଳେ , ସୂଚନା ପାଇ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ଲୋକ । ପୋଲିସ ଓ ପ୍ରଶାସନ ବିକ୍ଷୋଭକାରୀଙ୍କୁ ବୁଝାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ । ପରିସ୍ଥିତି ଅଧିକ ଖରାପ ହେବାରୁ ମନ୍ତ୍ରୀ ବିଶାଖା ପାଟଣା ଫେରି ଯାଇଥିଲେ । ଏ ସମ୍ପର୍କରେ ନାଲକୋ କର୍ତ୍ତୃପକ୍ଷ ବା ଜିଲ୍ଲା ପ୍ରଶାସନ କୌଣସି ମତାମତ ଦେଉନାହାନ୍ତି । ଅପରପକ୍ଷେ ପଟାଙ୍ଗି ସରପଂଚ ,ପଟାଙ୍ଗି ଜିଲ୍ଲା ପରିଷଦ ସଦସ୍ୟା  ଲୋକମତକୁ ସମର୍ଥନ କରିଛନ୍ତି  ।