ମୌସୁମୀ ଋତୁରେ ସୁରକ୍ଷିତ ରହିବାକୁ ବିଦ୍ୟୁତ ଉପଭୋକ୍ତାଙ୍କୁ ଟିପିସିଓଡିଏଲ୍‌ ପକ୍ଷରୁ ଅନୁରୋଧ

1 min read

ନନ୍ଦିଘୋଷ ବ୍ୟୁରୋ: ଟାଟା ପାଓ୍ବାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପିସିଓଡିଏଲ ପକ୍ଷରୁ ମୌସୁମୀ ଋତୁରେ ପ୍ରସ୍ତୁତି ପାଇଁ ଅନେକ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରିଛି । ମୌସୁମୀ ଋତୁରେ ଉପଭୋକ୍ତାଙ୍କ ପାଇଁ ନିରବର୍ଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ଏବଂ ସମସ୍ତ ଅଂଶୀଦାରଙ୍କ ପାଇଁ ନିରାପତ୍ତା ଉପରେ ଗୁରୁତ୍ବ ଦେବା ଏହି ପଦକ୍ଷେପର ଲକ୍ଷ୍ୟ । ମୌସୁମୀଋତୁରେ ଦାୟିତ୍ୱପୂର୍ଣ୍ଣ ଆଭିମୁଖ୍ୟ ଗ୍ରହଣ କରିବାକୁ ଟିପିସିଓଡିଏଲ୍‌ଉପଭୋକ୍ତାଙ୍କୁ ଉତ୍ସାହିତ କରୁଛି I ଉପଭୋକ୍ତାଙ୍କ ପାଇଁ ଏଠାରେ କିଛି ଜରୁରୀ ସୁରକ୍ଷା ଟିପସ ପ୍ରଦାନ କରାଯାଇଛି:

୧. ଜଳବନ୍ଦୀ ଅଞ୍ଚଳକୁ ପ୍ରବେଶରୁ ଦୂରେଇ ରୁହନ୍ତୁ: ଜଳବନ୍ଦୀ ଅଞ୍ଚଳଦେଇ ଯିବାରୁ ଦୂରେଇ ରୁହନ୍ତୁ, କାରଣ ଜଳମଗ୍ନ ତାର କିମ୍ବା ଉପକରଣରୁ ବିଜୁଳି ପ୍ରବାହିତ ହୋଇପାରେ ı

୨. ଇଲେକ୍ଟ୍ରିକାଲ୍‌ ଆପ୍ଲାଏନ୍ସକୁ ପ୍ଲଗରୁ ଅଲଗା କରନ୍ତୁ: ପ୍ରବଳ ବର୍ଷା କିମ୍ବା ଝଡ.ସମୟରେ ବିଦ୍ୟୁତ ବିଭ୍ରାଟ ରୋକିବା ପାଇଁ ଆବଶ୍ୟକ ନଥିବା ସମସ୍ତ ବୈଦୁତିକ ଉପକରଣକୁ ପ୍ଲଗରୁ ବାହାର କରିଦିଅନ୍ତୁ ।

୩.        ବିଦ୍ୟୁତ ବ୍ୟବସ୍ଥାର ଯାଞ୍ଚ କରନ୍ତୁ : ସର୍କିଟ୍‌ ବ୍ରେକର, ଫ୍ୟୁଜ୍ ଏବଂ ତାର ସମେତ ବିଦ୍ୟୁତ ବ୍ୟବସ୍ଥାର ନିରାପତ୍ତା ଏବଂ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ପାଇଁ ନିୟମିତ ଭାବରେ ଯାଞ୍ଚ ଏବଂ ରକ୍ଷଣାବେକ୍ଷଣ କରନ୍ତୁ ı

୪.         ତଳେ ପଡିଯାଇଥିବା ବିଦ୍ୟୁତ ତାର ଠାରୁ ଦୂରରେ ରୁହନ୍ତୁ: ଯଦି ଆପଣ କୌଣସି ବିଦ୍ୟୁତ ତାର ଖସିପଡି ଥିବାର ଦେଖୁଛନ୍ତି ତାହା କୁସ୍ପର୍ଶ କରନ୍ତୁ ନାହିଁ, ସୁରକ୍ଷିତ ଦୂରତା ବଜାୟ ରଖନ୍ତୁ ଏବଂ ତୁରନ୍ତ କର୍ତୃପକ୍ଷଙ୍କୁ ଜଣାନ୍ତୁ ı

୫.         ସର୍ଜ ପ୍ରୋଟେକ୍ଟର ବ୍ୟବହାର କରନ୍ତୁ: ବଜ୍ରପାତ ଜନିତ ଭୋଲ୍ଟେଜ୍‌ ସମସ୍ୟାରୁ ଆପଣଙ୍କ ଇଲେକ୍ଟ୍ରୋନିକ୍‌ଡିଭାଇସକୁ ସୁରକ୍ଷିତ ରଖିବା ପାଇଁ ସର୍ଜ ପ୍ରୋଟେକ୍ଟର ଲଗାନ୍ତୁ ı