୬ ଟଙ୍କାରେ ମିଳୁଛି ଗୋଟିଏ ଗୁପଚୁପ

ନନ୍ଦିଘୋଷ ବ୍ୟୁରୋ: ବାଲେଶ୍ବରରେ ଆଳୁର ପ୍ରଭାବ । ୬ ଟଙ୍କାରେ ମିଳୁଛି ଗୋଟିଏ ଗୁପଚୁପ । ପୂର୍ବରୁ ଗୁପଚୁପ ଗୋଟାକୁ ୪ରୁ ୫ ଟଙ୍କା ଥିବାବେଳେ ଏବେ ୬ ଟଙ୍କାରେ ବିକ୍ରି ହେଉଛି ଗୁପଚୁପ । ଗୁପଚୁପରେ ଆଳୁର ପରିମାଣ କମିଯାଉଥିବାବେଳେ ଗୁପଚୁପ ଦର କିନ୍ତୁ ବଢିଯାଇଛି ।ଫଳରେ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । ଏଥିସହିତ ଆଜି ବାଲେଶ୍ବର ଖୁଚୁରା ବଜାରରେ ଆଳୁ କିଲୋ ପ୍ରତି ୪୫ରୁ ୫୦ ଟଙ୍କା ବିକ୍ରି ହେଉଥିବାବେଳେ ୬ ଟଙ୍କାରେ ଗୋଟିଏ ଗୁପଚୁପ ଆଗାମୀ  ଦିନରେ ଗୁପଚୁପ ବ୍ୟବସାୟୀ ବନ୍ଦ ହୋଇଯିବ ବୋଲି ବ୍ୟବସାୟୀମାନେ କହିଛନ୍ତି ।