କେନ୍ଦ୍ର କ୍ୟାବିନେଟରେ ୮ ରେଳ ପ୍ରକଳ୍ପକୁ ମଞ୍ଜୁରୀ, ଓଡ଼ିଶା ପାଇଁ ୬

1 min read

ନୂଆଦିଲ୍ଲୀ: ୮ଟି ବଡ଼ ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ୮ଟି ପ୍ରକଳ୍ପରୁ ୬ଟି ପ୍ରକଳ୍ପ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ଉଦ୍ଦିଷ୍ଟ ।

ଗୁଣପୁର-ଥିରୁବାଲି ୭୩ କି.ମି. ନୂଆ ରେଳ ଲାଇନ୍, ଜୁନାଗଡ଼-ନବରଙ୍ଗପୁର ୧୧୬ କି.ମି. ନୂଆ ରେଳ ଲାଇନ୍, ମାଲକାନଗିରି-ପାଣ୍ଡୁରଙ୍ଗପୁରମ ୧୭୩ କି.ମି. ନୂଆ ରେଳ ଲାଇନ୍ ପ୍ରତିଷ୍ଠା ହେବ । ସେହିପରି ୮୨ କିଲୋମିଟର ଦୀର୍ଘ ବାଦାମପାହାଡ଼ କେନ୍ଦୁଝର ନୂଆ ଲାଇନ, ୮୫ କିଲୋମିଟର ଦୀର୍ଘ ବାଙ୍ଗିରୀପୋଷି- ଗୋରୁମହିଷାଣୀ ଲାଇନ ଓ ୫୯ କିଲୋମିଟର ଦୀର୍ଘ ବୁରାମୁରା ଚାକୁଳିଆ ଲାଇନ ପ୍ରତିଷ୍ଠା ନେଇ ଘୋଷଣା କରିଛନ୍ତି ରେଳମନ୍ତ୍ରୀ।

ଆକାଂକ୍ଷୀ ଜିଲ୍ଲା, ଆଦିବାସୀ ବହୁଳ ଅଞ୍ଚଳ ପାଇଁ ଏହା ବିକାଶର ମାଧ୍ୟମ ପାଲଟିବ ବୋଲି ଅଶ୍ବିନୀ କହିଛନ୍ତି । ପଶ୍ଚିମ ଓଡ଼ିଶାରୁ ଦକ୍ଷିଣ ଓଡ଼ିଶା ସହ ଆଗକୁ ଆନ୍ଧ୍ର ଓ ତେଲେଙ୍ଗାନାକୁ ଯୋଡ଼ିବ ବୋଲି ସେ କହିଛନ୍ତି ।