୯୯ ରାଣୀଙ୍କ ରାଜା ଥିଲା ରସିକନାଗର ! ଖୋଲୁଛି ରଙ୍ଗିଲା ରୋମିଓ ସତ୍ୟଜିତର ଗୁମର

ଭୁବନେଶ୍ୱର : ୯୯ ରାଣୀଙ୍କ ରାଜା ଥିଲା ରସିକନାଗର ! ରିମାଣ୍ଡରେ ଆସି ରଙ୍ଗିଲା ରୋମିଓ ସତ୍ୟଜିତ ସାମଲର ପୋଲିସ ଖୋଲୁଛି ଗୁମର । ସତ୍ୟଜିତର ଚନ୍ଦ୍ରଶେଖରପୁର ଭଡାଘରେ ତଲାସୀବେଳେ ପୋଲିସ ହାତରେ ଲାପଟପ, ଚେକବୁକ, ପାସବୁକ, ପେନ ଡ୍ରାଇଭ, ହାର୍ଡଡିସ୍କ ଲାଗିଛି । ଘରୁ ପାସପୋର୍ଟ ସହ ଗୋଟିଏ କଳା ରଙ୍ଗର ଗୁପ୍ତ ଡାଏରି ବି ମିଳିଛି । ଯାହାକୁ ସେ ସ୍ତ୍ରୀ ବୋଲି କହୁଛି ତାର ପାସପୋର୍ଟ ଜବତ କରିଛି ପୋଲିସ । ଏହା ସହିତ ବିଭିନ୍ନ ବ୍ୟାଙ୍କର ଏଟିଏମ, ଷ୍ଟାମ୍ପ ପେପର, ଝିଅ ଓ ମହିଳାଙ୍କ ଫଟୋ ଜବତ କରିଛି ପୋଲିସ ।

ସତ୍ୟଜିତ ଆଠ ପ୍ରକାର ଭାଷା ଜାଣିଥିବା ପୋଲିସ ଆଗରେ କହିଛି । ସାଉଦି ଆରବ, ଲଣ୍ଡନ ବୁଲିଛି ସତ୍ଯଜିତ । ହୋଟେଲ ୱେଟରଠାରୁ କାମ ଆରମ୍ଭ କରି ମ୍ୟାନେଜର ପର୍ଯ୍ୟନ୍ତ ପହଞ୍ଚିଥିଲା । ଫରେନ ଯୁବତୀଙ୍କ ସହ ମଧ୍ୟ ସମ୍ପର୍କ ନେଇ ଖୋଳତାଡ଼ କରୁଛି ପୋଲିସ । ଅନ୍ଯପଟେ ଆଜି ସରୁଛି ସତ୍ୟଜିତର ଦୁଇଦିନିଆ ରିମାଣ୍ଡ । ଗତକାଲିଠାରୁ ରିମାଣ୍ଡରେ ଆଣି ଝାଳବୁହା ଜେରା କରୁଛି ପୋଲିସ । ଆବଶ୍ୟକସ୍ଥଳେ ପୁଣି ଅଭିଯୁକ୍ତକୁ ରିମାଣ୍ଡରେ ଅଣାଯିବ ବୋଲି ପୋଲିସ କହିଛି ।