‘ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ପୋଲାଭରମ ଓ ସ୍ଵତନ୍ତ୍ର ପ୍ୟାକେଜ ମାଗନ୍ତୁ’

ଭୁବନେଶ୍ୱର: ନୀତି ଆୟୋଗ ବୈଠକକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀ ପତି । ସେ କହିଛନ୍ତି ଯେ, ଓଡିଶାରୁ ବିଜେପିର ୨୦ ଜଣ ସାଂସଦ ଯାଇଛନ୍ତି।। ତେଣୁ ପ୍ରଥମେ ମୁଖ୍ୟମନ୍ତ୍ରୀ ନୀତି ଆୟୋଗ ବୈଠକରେ ପୋଲାଭରମ ଓ ସ୍ଵତନ୍ତ୍ର ପ୍ୟାକେଜ ମାଗନ୍ତୁ । ୫୦ ହଜାର କୋଟି ଓଡିଶାକୁ ଦେବାକୁ ଦାବି କରନ୍ତୁ। କେବିକେ ସମେତ ବିଜେପି ସରକାର ୮ଟି ଯୋଜନା କାଟିଛନ୍ତି। ତାହାକୁ ଦେବାକୁ ଦାବି କରିଛନ୍ତି ତାରା ବାହିନୀପତିି।

ସେହିପରି କୋଇଲା ରୟାଲଟି ବୃଦ୍ଧି କରିବା ଦାବି ଉଠାନ୍ତୁ ବୋଲି ତାରା ବାହିନୀ ପତି କହିଛନ୍ତି। ପ୍ରତ୍ୟେକ ପଞ୍ଚାୟତକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଦେବା ଦାବି କରିଛନ୍ତି ତାରା।

ପୋଲାଭରମ ପାଇଁ ବର୍ତ୍ତମାନ ସରକାର କ’ଣ କରୁଛି ବୋଲି ପ୍ରଶ୍ନ କରିଛନ୍ତି ତାରା । ପୋଲାଭରମ ସମସ୍ୟାରେ ମୋଟୁ ପଡିଆ, ଆଦିବାସୀ ଅଞ୍ଚଳ ଜମି ବୁଡିବନି ଘର ବୁଡିବନି ବିଜେପି ପ୍ରତିଶୃତି ଦେଇକି ଜିତିଛି । ବର୍ତ୍ତମାନ ତ୍ରିପଲ ଇଞ୍ଜିନ ସରକାର ।  ଓଡ଼ିଶାର ମୁଖ୍ୟମନ୍ତ୍ରୀ ହସ୍ତକ୍ଷପ କରନ୍ତୁ, ପ୍ରଧାନମନ୍ତ୍ରୀ ସହ ଆଲୋଚନା କରନ୍ତୁ । ହକ ହଉଛି ମାଲକାନଗିରି ଜିଲ୍ଲାର ଆଦିବାସୀଙ୍କ ସମସ୍ୟା । ସବୁ ପରିବେଶ ନଷ୍ଟ ହେଇଯିବ । ରାଜ ରାସ୍ତାକୁ କଂଗ୍ରେସ ଓଲ୍ହାଇବା ପୂର୍ବରୁ ସରକାର ନିଷ୍ପତି ନିଅନ୍ତୁ ବୋଲି ତାରା ବାହିନୀ ପତି କହିଛନ୍ତି ।