spot_img

Latest Posts

କୋଶଲି-ସମ୍ବଲପୁରୀ ଭାଷାକୁ ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ଦାବି

ନନ୍ଦିଘୋଷ ବ୍ୟୁରୋ: କୋଶଲି- ସମ୍ବଲପୁରୀ, ହୋ, ମୁଣ୍ଡାରି, ଭୂମିଜ, କୁଇ ଓ ସଉରା ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ଦାବି କରିଛି ବିଜେଡି। ରାଜ୍ଯସଭାରେ ଏହି ପ୍ରସଙ୍ଗ ଉଠାଇଥିଲେ ବିଜେଡି ସାଂସଦ ସସ୍ମିତ ପାତ୍ର। ଓଡ଼ିଶାର ବହୁ ଲୋକ ଏହି ସବୁ ଭାଷାରେ ଭାବର ଆଦାନ ପ୍ରଦାନ କରନ୍ତି। ଏହି ସବୁ ଭାଷାର ନିଜ ନିଜର ସମୃଦ୍ଧ ଇତିହାସ, ଲିଗାସି, ସଂସ୍କୃତି ଓ ସାହିତ୍ଯ ଅଛି। ଲୋକଙ୍କ ଏହି ସବୁ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ବହୁ ଦିନରୁ ଦାବି ହୋଇ ଆସୁଛି। ଏଥିପାଇଁ ନିଜ ସରକାର ଥିବା ବେଳେ ତତ୍କାଳୀନ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଥର କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛନ୍ତି। ଉଭୟ ରାଜ୍ଯସଭା ଓ ଲୋକସଭାରେ ମଧ୍ଯ ବିଜେଡି ସାଂସଦମାନେ ଏହି ଦାବି କରିଥିଲେ। ଏହାର ସମର୍ଥନରେ ଅନେକ ଥର ରାଜ୍ୟ କ୍ଯାବିନେଟରେ ବି ପ୍ରସ୍ତାବ ପାରିତ ହୋଇଛି। ସାନ୍ତାଳିକୁ ଅଷ୍ଟମ ପରିଚ୍ଛେଦରେ ସାମିଲ କରାଯାଇଛି। କିନ୍ତୁ ହୋ, ମୁଣ୍ଡାରି, ଭୂମିଜ, କୁଇ, ସଉରା ଭାଷାକୁ ଏଯାଏ ସାମିଲ କରାଯାନାହିଁ।

ସେହିପରି ପଶ୍ଚିମ ଓଡ଼ିଶାର କୋଟି କୋଟି ଲୋକ କୋଶଲି-ସମ୍ବଲପୁରୀ ଭାଷା କହନ୍ତି। ଏହା ବେଶ ସମୃଦ୍ଧ। ତେଣୁ ଏହି ସବୁ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ କରିବାକୁ ଦାବି କରିଛନ୍ତି ବିଜେଡି ସାଂସଦ ସସ୍ମିତ ପାତ୍ର।

Latest Posts

Don't Miss