ସଞ୍ଜୁଙ୍କ ଉପରେ କାହିଁକି ଭାରି ପଡ଼ୁଛନ୍ତି ପନ୍ଥ, ବିସିସିଆଇ ମିଟିଂରେ ଏମିତି କହିଲେ ରୋହିତ

1 min read

ନନ୍ଦିଘୋଷ ବ୍ୟୁରୋ: ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହେବା ପରେ ବିଭିନ୍ନ ପ୍ରଶ୍ନମାନ ଉଠିଛି । କାହିଁକି କିଛି ଖେଳାଳିଙ୍କୁ ଅଣଦେଖା କରାଯାଉଛି ବୋଲି ପୂର୍ବତନ କ୍ରିକେଟରମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି । ସଞ୍ଜୁ ସାମସନ ନିଜର ଅନ୍ତିମ ଦିନିକିଆ ମ୍ୟାଚରେ ଶତକ ହାସଲ କରିଥିଲେ । ମାତ୍ର ତାଙ୍କୁ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଦଳରେ ସାମିଲ କରାଯାଇନାହିଁ । ସେପଟେ ଋଷଭ ପନ୍ଥଙ୍କୁ ଦିନିକିଆ ଦଳରେ ସ୍ଥାନ ମିଳିଥିବାକୁ ନେଇ ପ୍ରଶ୍ନ ଉଠାଯାଇଛି । ଦିନିକିଆ ଦଳରେ ଋଷଭ ପନ୍ଥ ଏବଂ କେ.ଏଲ ରାହୁଙ୍କୁ ସ୍ଥାନ ମିଳିଛି । କିନ୍ତୁ ସଞ୍ଜୁ ସାମସନଙ୍କୁ ମିଳିନାହିଁ । ତେବେ ଜୁଲାଇ ୧୭ ତାରିଖରେ ବିସିସିଆଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଅନଲାଇନରେ ଅଧିନାୟକ ରୋହିତ ଶର୍ମା, ଗୌତମ ଗମ୍ଭୀର ଏବଂ ଅଜିତ ଅଗରକର ରହିଥିଲେ । ତେବେ ସଞ୍ଜୁଙ୍କୁ ଦିନିକିଆ ଦଳରୁ ବାଦ ପଛର କାରଣରେ ଅଗରକର କହିଛନ୍ତି କି, ଦିନିକିଆ ବିଶ୍ବକପରେ କେ.ଏଲ ରାହୁଲ ଶେଷ ଦିନିକିଆ ସିରିଜ ଖେଳିଥିବାବେଳେ ସେ ଭଲ ପ୍ରଦର୍ଶନ କରିଥିଲେ । ଏହାସହ ଋଷଭ ପନ୍ଥ ଆହତ କାରଣରୁ ଦୀର୍ଘଦିନ ଦଳରୁ ବାହାରେ ରହିଥିଲେ । ମାତ୍ର ଟି-୨୦ ବିଶ୍ବକପରେ ଦଳକୁ ଫେରିବା ପରେ ଦମଦାର ପ୍ରଦର୍ଶନ କରିଥିଲେ । ଏହିୀ ଦୃଷ୍ଟିରୁ ସେମାନଙ୍କୁ ଦିନିକିଆ ଦଳରେ ସାମିଲ କରାଯାଇଛି । ସେପଟେ ଟି-୨୦ ଦଳରେ ସଞ୍ଜୁ ସାମସନଙ୍କୁ ସାମିଲ କରାଯାଇଛି ।