ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା

ନନ୍ଦିଘୋଷ ବ୍ୟୁରୋ: ଭାଙ୍ଗିଲା ରାଜ୍ୟ କଂଗ୍ରେସ କମିଟି । ନୂଆ ସଦସ୍ୟଙ୍କୁ ମିଳିଲା ଦାୟିତ୍ବ । ବିଧାନସଭା ଅଧିବେଶନ ବସିବାକୁ ଥିବାବେଳେ କିଛିଦିନ ହେବ ଚର୍ଚ୍ଚା ଆରମ୍ଭ ହୋଇଥିଲା କି, କିଏ ହେବେ କଂଗ୍ରେସ ବିଧାୟକ ଦଳ ନେତା । ଏହାଉପରୁ ଉଠିଛି ପରଦା । କାଡାମଙ୍କୁ ମିଳିଛି ଗୁରୁ ଦାୟିତ୍ବ । ରାମଚନ୍ଦ୍ର କାଡାମ ହେଲେ କଂଗ୍ରେସ ବିଧାୟକ ଦଳ ନେତା  । ସେ ପଟ୍ଟାଙ୍ଗୀରୁ ବିଧାୟକଭାବେ ନିର୍ବାଚିତ ହୋଇଛନ୍ତି । ସେପଟେ ଅଶୋକ ଦାସ କଂଗ୍ରେସ ବିଧାୟକ ଦଳ ଉପନେତା  । ଡକ୍ଟର ସି.ଏସ ରାଜନ୍ ଏକ୍କା ହେଲେ କଂଗ୍ରେସ ଦଳର ମୁଖ୍ୟ ସଚେତକ  । ହଟିଲେ ପିସିସି ସଭାପତି ଶରତ ପଟ୍ଟନାୟକ  । ଭଙ୍ଗାଗଲା ଜିଲ୍ଲା, ବ୍ଲକ ଓ ମଣ୍ଡଳସ୍ତରୀୟ କମିଟି  । ଭାଙ୍ଗିଲା ସମସ୍ତ ଛାମୁଆ ସଙ୍ଗଠନ, ବିଭାଗ ଓ ସେଲ ।