‘ଭିତର ରତ୍ନ ଭଣ୍ଡାର ସିନ୍ଦୁକରେ ରହିଛି ଅଳଙ୍କାର’
ପୁରୀ : ସରିଲା ରତ୍ନଭଣ୍ଡାର ଗଣତିର ପ୍ରଥମ ଦିନ କାର୍ଯ୍ଯ । ଆଜି ହୋଇନି ରତ୍ନଭଣ୍ଡାର ଗଣତି କାର୍ଯ୍ଯ । ଆଜି କେବଳ ରତ୍ନଭଣ୍ଡାରର ଯାଞ୍ଚ କରାଯାଇଛି । ରାଜ୍ଯ ସରକାରଙ୍କ ଏସଓପି ଅନୁସାରେ ବାହାର ରତ୍ନଭଣ୍ଡାର ଅଳଙ୍କାର ସ୍ଥାନାନ୍ତରିତ କରାଯାଇଛି । ସମସ୍ତ ଅଳଙ୍କାର ଅସ୍ଥାୟୀ ଷ୍ଟ୍ରଙ୍ଗ ରୁମକୁ ସ୍ଥାନାନ୍ତରିତ କରାଯାଇଛି । ଭିତର ରତ୍ନ ଭଣ୍ଡାରରେ ପଡିଥିଲା ୩ଟି ତାଲା ।
ଜିଲ୍ଲାପାଳ ଦେଇଥିବା ଚାବିରେ ଭିତର ରତ୍ନଭଣ୍ଡାର ଖୋଲିନଥିବାରୁ କଟର ସହାୟତାରେ ତାଲାକୁ କଟାଯାଇଛି । ପରେ ୩ଟି ନୂଆ ତାଲା ଭିତର ଭଣ୍ଡାରରେ ପଡ଼ିଛି । ନୂଆ ଚାବି ଟ୍ରେଜେରୀକୁ ହସ୍ତାନ୍ତର କରାଯାଇଛି । ରତ୍ନଭଣ୍ଡାର ଭିତରକୁ ୨ ଜଣ ଯାଇଥିଲେ । ତେବେ ଭିତର ରତ୍ନଭଣ୍ଡାରରେ ଆଲମିରା, ସିନ୍ଦୁକ ରହିଥିବା ନେଇ କୁହାଯାଉଛି । ତେବେ ସମସ୍ତ ଅଳଙ୍କାର ସ୍ଥାନାନ୍ତରଣ ପାଇଁ ସମୟ ଦରକାର ବୋଲି କହିଛନ୍ତି ଅରବିନ୍ଦ ପାଢୀ ।