ଭିଜିଲାନ୍ସ ଜାଲରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ

1 min read

ବଲାଙ୍ଗୀର: ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ । ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲେ ଭିଜିଲାନ୍ସ ଟିମ୍ । ଗିରଫ ଅଧିକାରୀ ହେଲେ ଜି. ପ୍ରଭାକର ପାତ୍ର । ତୁଷୁରାର ଗଜାନନ ରାଇସ ମିଲ ମାଲିକ ଆଶିଷ ଶର୍ମାଙ୍କଠାରୁ ୫୦ ହଜାର ଲାଞ୍ଚ ନେଲା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ l ବଲାଙ୍ଗୀର, ସୋନପୁର ଓ ସମ୍ବଲପୁର ଭିଜିଲାନ୍ସ ଟିମର ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ କରିଛି l ଭୁବନେଶ୍ୱର ସୂର୍ଯ୍ୟନଗର, ବ୍ରହ୍ମପୁରର ବାଲିପଦର, ବଲାଙ୍ଗୀର ସିଲିକନ୍ ଭାଲି ଭଡା ଘର ଓ ବଲାଙ୍ଗୀର ଯୋଗାଣ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ ବିଭାଗ I

ଆଶିଷ ୧୫ ଲକ୍ଷ ଟଙ୍କାର ବିଲ ପାସ କରିବା ପାଇଁ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ I ଆଶିଷ ଟଙ୍କା ନଦେବାରୁ ବିଲ ପାସ କରୁ ନଥିଲେ I ଦୀର୍ଘ ଦିନ ଧରି ଅଫିସକୁ ଦୌଡ଼ି ଦୌଡ଼ି ଆଶିଷ ନୟାନ୍ତ ହେବା ପରେ ଲାଞ୍ଚ ଦେବାକୁ ରାଜି ହୋଇଥିଲେ I ଏନେଇ ଆଶିଷ ଭିଜିଲାନ୍ସ ବିଭାଗ ଦ୍ୱାରସ୍ଥ ହୋଇଥିଲେ I ଭିଜିଲାନ୍ସର ଯୋଜନା ମୁତାବକ ଆଜି ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଭାକର ଅଫିସରେ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ କାଙ୍କୁ କାବୁ କରିଥିଲା I