କେନ୍ଦ୍ରାପଡା ଆଳି ଅଞ୍ଚଳର ବିମଳ ବେହେରାଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ

1 min read

ନନ୍ଦିଘୋଷ ବ୍ୟୁରୋ: ଓଡ଼ିଆ ପୁଅଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ। କେନ୍ଦ୍ରାପଡା ଆଳି ଅଞ୍ଚଳର ବିମଳ ବେହେରା । ଲେଫ୍ଟନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରିଛନ୍ତି ରାଷ୍ଟ୍ରପତି। ଗତ ମାର୍ଚ୍ଚ ୨୦୨୩ରେ  ONGC ର ଏକ ଭେସେଲ ବଙ୍ଗୋପ ସାଗରରେ ଫସି ଯାଇଥିଲା। ମାଛ ଧରା ଜାଲରେ ଫସି ଏହି ଭେସେଲ ସମସ୍ଯାରେ ପଡ଼ିଥିଲା। ହେଲେ  ନିଜ ଜୀବନକୁ ପାଣି ଛଡ଼ାଇ ଏହାକୁ ଉଦ୍ଧାର କରିଥିଲେ ବିମଳ। ବଡ଼ ବଡ଼ ଜୁଆର ଯୋଗୁଁ ପହଁରିବା ବହୁତ କଷ୍ଟକର ଥିଲେ ମଧ୍ଯ ପ୍ରାୟ ୧୦୦ ମିଟର ପହଁରି ସେ ଭେସେଲ ପାଖରେ ପହଞ୍ଚିଥିଲେ। ଏହା ସହିତ ୫୫୨ ମିନିଟ ଯାଏ ସେ ପାଣିରେ ରହି ସବୁ ଜାଲରୁ କାଟି ଭେସେଲକୁ ଉଦ୍ଧାର କରିବାରେ ପ୍ରମୁଖ ଭୂମିକା ନେଇଥିଲେ। ନିଜ ଆହତ ହେବା ସତ୍ତ୍ଵେ ସେ ଏହି ମିଶନ ସଂପାଦନ କରିଥିଲେ ବିମଳ। ତେଣୁ ତାଙ୍କୁ ଆଜି ଶୌର୍ଯ୍ଯଚକ୍ର ମିଳିଛି। ରାଷ୍ଟ୍ରପତି ଭବନରେ ଆୟୋଜିତ ଉତ୍ସବରେ ଆଜି ରାଷ୍ଟ୍ରପତି ସଶସ୍ତ୍ର ସେନାବଳ, କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ଓ ରାଜ୍ଯ ତଥା କେନ୍ଦ୍ରୀୟ ଟେରିଟୋରି ପୋଲିସ ବାହିନୀର ୧୦ ଜଣକୁ କୀର୍ତ୍ତିଚକ୍ର, ୨୬ ଜଣଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ ପ୍ରଦାନ କରିଛନ୍ତି।