ହାତରେ ସମ୍ବିଧାନ କପି ଧରି ଶପଥ ନେଲେ ରାହୁଲ ଗାନ୍ଧୀ, ମାର୍ଶଲଙ୍କ ସହ ମିଶାଇଲେ ହାତ
1 min readନନ୍ଦିଘୋଷ ବ୍ୟୁରୋ: ରାୟବରେଲିରୁ ନିର୍ବାଚିତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ହାତରେ ସମ୍ବିଧାନ କପି ଧରି ଶପଥ ନେଇଛନ୍ତି । ତେବେ ଜୟ ହୀନ୍ଦ ଏବଂ ଜୟ ସମ୍ବିଧାନ ନାମରେ ନାରା ଦେଇଥିଲେ ରାହୁଲ । ମଙ୍ଗଳବାର ରାହୁଲ ଶପଥ ଗ୍ରହଣ କରିଥିବାବେଳେ ସେ ଚେୟାର ପଛପଟେ ଛିଡ଼ା ହୋଇଥିବା ମାର୍ଶଲଙ୍କ ସହ ମଧ୍ୟ ହାତ ମିଶାଇଛନ୍ତି । ରାହୁଲ ଗାନ୍ଧୀ ନିଜର ସୋସିଆଲ ମିଡିଆରେ ମଧ୍ୟ ନିଜର ଶପଥ ଗ୍ରହଣ ସମୟର ଭିଡିଓକୁ ପୋଷ୍ଟ କରିଛନ୍ତି । ତେବେ ଏହି ଭିଡିଓକୁ ୟୁଜର୍ସମାନେ ସେୟାର କରୁଥିବାବେଳେ କମେଣ୍ଟ ମଧ୍ୟ ଦେଉଛନ୍ତି । ସେପଟେ ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବ ମଧ୍ୟ ସମାନ ଢ଼ଙ୍ଗରେ ସମ୍ବିଧାନ କପି ଧରି ଶପଥ ନେଇଥିବା ଦେଖିବାକୁ ମିଳିଥିଲା ।
LIVE: Shri @RahulGandhi takes oath as a Member of Parliament | 18th Lok Sabha. https://t.co/Zg2cVfYnTC
— Congress (@INCIndia) June 25, 2024