ସପ୍ତାହକ ଭିତରେ ରାଜଧାନୀରେ ସରିବ ଡ୍ରେନ ବାରିକେଡ କାମ

1 min read

ଭୁବନେଶ୍ବର: ମାସକ ଭିତରେ ମୁକୁଳା ଡ୍ରେନ ଉପରେ ପଡ଼ିବ ସ୍ଲାବ। ଏନେଇ ସୂଚନା ଦେଲେ ବିଏମସି କମିଶନର ପ୍ରଭାକର ପାଟିଲ। ସପ୍ତାହକ ଭିତରେ ସରିବ ଡ୍ରେନ ବାରିକେଡ କାମ । ଭୁବନେଶ୍ଵର ସହରରେ ମୋଟ ୧୮୦୦ କିଲୋମିଟର ଡ୍ରେନ ରହିଛି । ସେଥିରୁ BMC ଅଧୀନରେ ୧୩୮୦ କିଲୋମିଟର ଡ୍ରେନ ଅଛି । ଏହା ଭିତରୁ ୨୭ କିଲୋମିଟର ମୁକୁଳା ଡ୍ରେନ ରହିଛି । ସବୁ ମୁକୁଳା ଡ୍ରେନ ଚିହ୍ନଟ ହୋଇଛି ।

ଯୁଦ୍ଧକାଳୀନ ଭିତ୍ତିରେ ସ୍ଲାବ୍ କାମ ସରିବ । କିଛି ସ୍ଥାନରେ ଡ୍ରେନ ଉପରେ ଜବରଦଖଲ ରହିଛି । ବିଭିନ୍ନ ବିଭାଗ ସହ ସମନ୍ଵୟ ବୈଠକ କରାଯାଇ ଜବରଦଖଲ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଉଛି। ବ୍ୟାରିକେଡ଼ ପାଇଁ ୩୪ଟି ସ୍ଥାନ ଚିହ୍ନଟ ହୋଇଛି । ସପ୍ତାହକ ଭିତରେ ଏସବୁ ସ୍ଥାନରେ ବ୍ୟାରିକେଡ଼ ଲାଗିବ ବୋଲି ରାଜେଶ ପ୍ରଭାକର କହିଛନ୍ତି।

ସେହିପରି ଟ୍ରାଫିକ ପୋଷ୍ଟରୁ ହଟିବ ରେଡ ଲାଇଟ୍। ଲୋକଙ୍କୁ ଘଣ୍ଟା ଘଣ୍ଟା ଧରି ଟ୍ରାଫିକରେ ଅପେକ୍ଷା କରିବାକୁ ପଡ଼ିବନି। ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରାଯିବ। ଓଭର ବ୍ରିଜ, ଆପ୍ରୋଚ ରୋଡ ପରି ବ୍ୟବସ୍ଥା କରାଯିବ। ଖୁବ୍ ଶୀଘ୍ର ଏ ନେଇ ବିଭାଗ ସ୍ତରୀୟ ଆଲୋଚନା କରାଯାଇ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ।