ରାଜ୍ୟରେ ଲାଗୁ ହେବନି NRC, ସାମ୍ନାକୁ ଆସିଲା ସଂସଦରେ ବିଜେଡି ସାଂସଦଙ୍କ ଯୁକ୍ତି
1 min readଭୁବନେଶ୍ୱର : ଦେଶର ବିଭିନ୍ନ ସ୍ଥାନରେ ନାଗରିକତା ଅଧିକାର ଆଇନକୁ ନେଇ ହିଂସା ଲାଗି ରହିଛି । ପୂର୍ବାପେକ୍ଷା ହିଂସା କମିଥିବା ବେଳେ ଏବେବି ପରିସ୍ଥିତିରେ ସୁଧାର ଆସିନି । ତେବେ ୫ ଦିନିଆ ଦିଲ୍ଲୀ ଗସ୍ତ ପୂର୍ବରୁ ଏହା ଉପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି, CAA ସହ ଭାରତୀୟଙ୍କ କିଛି ସମ୍ପର୍କ ନାହିଁ । କେବଳ ବିଦେଶୀଙ୍କ ସହ ଏହାର ସମ୍ପର୍କ । ବିଜେଡି ସାଂସଦମାନେ ସଂସଦରେ ସ୍ପଷ୍ଟ କରିଛନ୍ତି ଯେ, CAA ସହ NRCର କୌଣସି ସଂପର୍କ ନାହିଁ । NRCକୁ ବିଜେଡି ବିରୋଧ କରୁଛି । ତେଣୁ ସମସ୍ତ ନାଗରିକଙ୍କୁ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିସହ କୌଣସି ଗୁଜବରେ ବିଶ୍ୱାସ ନକରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
https://www.facebook.com/nandighoshatv/videos/2547402242210888/
ଏଥିସହ ପଢ଼ନ୍ତୁ ନାଗରିକତା ସଂଶୋଧନ ବିଲକୁ ରାଷ୍ଟ୍ରୀୟ ସ୍ୱାର୍ଥ ଦୃଷ୍ଟିରୁ ଦେଖାଯାଉ: ବିଜେଡି
ଏନଆରସି ପ୍ରସଙ୍ଗରେ ବିଜେଡି ଦୈତ ମତ ରଖୁଥିବା ନେଇ ବିରୋଧୀ ଯେଉଁ ଅଭିଯୋଗ କରିଥିଲେ ତାକୁ ମଧ୍ୟ ଖଣ୍ଡନ କରିଛି ବିଜେଡି । ଶୀତ ଅଧିବେଶନରେ ସଂସଦର ଉଭୟ ଗୃହରେ CAB ସଂପର୍କରେ ଆଲୋଚନା ଚାଲିଥିବା ବେଳେ ବିଜେଡି ସାଂସଦମାନେ କଣ କହିଥିଲେ ଦଳ ତାକୁ ପୁଣିଥରେ ମନେ ପକାଇ ଦେଇଛି । ଡିସେମ୍ବର ୧୧ ତାରିଖରେ ରାଜ୍ୟସଭାରେ ବିତର୍କରେ ଅଂଶଗ୍ରହଣ କରି CAB ପ୍ରସଙ୍ଗରେ ମତ ରଖିଥିଲେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସେତେବେଳେ ସେ କହିଥିଲେ ଯେ, CAB ସହ NRCର ଲିଙ୍କ ନଥିବା ବିଜେଡି ଅନୁଭବ କରୁଛି । NRC ଏକ ଭିନ୍ନ ପ୍ରସଙ୍ଗ, ଯାହା ଉପରେ ଲମ୍ବା ବିତର୍କର ଆବଶ୍ୟକ ଥିବା ସାଂସଦ ଡ. ପାତ୍ର ଉଲ୍ଲେଖ କରିଥିଲେ । ଏହା ସହ ୩ଟି ପ୍ରସ୍ତାବ ମଧ୍ୟ ଦେଇଥିଲେ । ସେହିପରି ଲୋକସଭାରେ ଯାଜପୁରର ସାଂସଦ ଶର୍ମିଷ୍ଠା ସେଠୀ ସମାନ ମତ ରଖିଥିଲେ। NRC ସହ ଏହାର କୌଣସି ସଂପର୍କ ନଥିଲେ ଦର୍ଶାଇଥିଲେ । ତେଣୁ ଦଳ ଉଭୟ ମତ କେବେବି ପ୍ରକାଶ କରିନାହିଁ ଏବଂ ରାଷ୍ଟ୍ରୀୟ ହିତରେ ବିଲକୁ ସମର୍ଥନ କରିଥିବା ବେଳେ NRCକୁ ବିରୋଧ କରିଥିବା ପୂର୍ବରୁ ବିଜେଡିର ନେତାମାନେ ପ୍ରତିକ୍ରିୟାରେ କହିସାରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ଦଳର ମତକୁ ସ୍ପଷ୍ଟଭାବେ ଦର୍ଶାଇବା ସହ ଗୁଜବରେ ଲୋକେ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଛନ୍ତି ।
https://nandighoshatv.combjd-stands-with-citizen-amendment-bill/