ଶପଥଗ୍ରହଣ ଉତ୍ସବ ଲାଗି ଦିଲ୍ଲୀରେ ହାଇସିକ୍ଯୁରିଟି ଆଲର୍ଟ

1 min read

ନୂଆଦିଲ୍ଲୀ : ଜବାହାରଲାଲ ନେହେରୁଙ୍କ ପରେ ୩ଥର ପାଇଁ କ୍ରମାଗତ ତୃତୀୟ ଥର ଲାଗି ପ୍ରଧାନମନ୍ତ୍ରୀ ଦାୟିତ୍ବ ସମ୍ଭାଳିବେ ନରେନ୍ଦ୍ର ମୋଦୀ । ନବଗଠିତ ମନ୍ତ୍ରିମଣ୍ଡଳ ବି ଶପଥ ନେବ । ଉତ୍ସବରେ ସାମିଲ ହେବେ ୮ ହଜାରରୁ ଅଧିକ ଅତିଥି । ଶପଥ ଗ୍ରହଣ ସମାହାରରେ ବିଦେଶୀ ନେତାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ସଂସଦ ଭବନ , ରାଷ୍ଟ୍ରପତି ଭବନ ଏବଂ ଉତ୍ତର- ଦକ୍ଷିଣ ବ୍ଲକର ପ୍ରତ୍ୟେକ କୋଣ ଅନୁକୋଣରେ କମାଣ୍ଡା ଏବଂ ପୋଲିସ କର୍ମଚାରୀ ନିୟୋଜିତ ରହିବେ । ଏହା ସହିତ ୧୪୪ ଧାରା ଲାଗୁ ହେବା ସହ ୫୦୦ ସିସିଟିଭି କ୍ୟାମେରା ମଧ୍ୟ ଲଗାଯାଇଛି ।

ସେପଟେ ଦିଲ୍ଲୀରେ ହାଇସିକ୍ଯୁରିଟି ବ୍ଯବସ୍ଥା କରାଯାଇଛି । ରାଜଧାନୀର ପ୍ରମୁଖ ହୋଟେଲ ଲୀଲା, ତାଜ, ଆଇଟିସି ମୌର୍ଯ୍ୟ, କ୍ଲାରିଜସ, ଓବରୟକୁ କଡା ସୁରକ୍ଷା ବଳୟରେ ରଖାଯାଇଛି । ଦିଲ୍ଲୀରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୫୦୦ ପୋଲିସ ଫୋର୍ସ, ୫ କମ୍ପାନୀ ପାରାମିଲିଟାରି ଫୋର୍ସ, ଏନଏସଜି କମାଣ୍ଡୋ ସହ ଡ୍ରୋନ ଏବଂ ସ୍ନାଇପରଙ୍କୁ ମୁତୟନ କରାଯାଇଛି ।