ଜୀବନ ବଞ୍ଚାଇବାକୁ ଯାଇ ଅଳ୍ପକେ ବର୍ତ୍ତିଗଲେ ଆମ୍ବୁଲାନ୍ସ କର୍ମଚାରୀ

1 min read

ନନ୍ଦିଘୋଷ ବ୍ୟୁରୋ: ଜୀବନ ବଞ୍ଚାଇବାକୁ ଯାଇ ଅଳ୍ପକେ ବର୍ତ୍ତିଗଲେ ଆମ୍ବୁଲାନ୍ସ କର୍ମଚାରୀ । ବାସୁଦେବପୁର ବ୍ଲକର ବାସୁଦେବପୁର- ଜାମୁଝାଡି ରାସ୍ତାରେ ବାଇକ ଓ ମିନି ଟ୍ରକ ଧକ୍କା ହୋଇଥିଲା । ଖବର ପାଇ ବେତଡାରୁ ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା । ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେଉଥିବା ବେଳେ ବେତଡା ପେଟ୍ରୋଲ ପମ୍ପ ଆଗରେ ଆମ୍ବୁଲାନ୍ସରେ ନିଆଁ ଲାଗି ଯାଇଥିଲା । ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ଆହତ ବ୍ୟକ୍ତିଙ୍କୁ ଓହ୍ଲାଇ ଦେବା ସହିତ ନିଜେ ଓହ୍ଲାଇ ଯାଇଥିଲେ । ଚାହୁଁ ଚାହୁଁ ହୁତୁ ହୁତୁ ହୋଇ ଜଳିଯାଇଥିଲା ୧୦୮ ଆମ୍ବୁଲାନ୍ସ  । ତେବେ ଅଘଟଣ ଅଳ୍ପକେ ରକ୍ଷା ପାଇଗଲେ ରୋଗୀ ଓ ଆମ୍ବୁଲାନ୍ସ କର୍ମଚାରୀ । ଖବର ପାଇ ବାସୁଦେବପୁର ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ଏହା ଫଳରେ ବାସୁଦେବପୁର ଓ ଜାମୁଝାଡି ପାଖରେ ଶହ ଶହ ଗାଡି ଅଟକି ରହିଥିଲା ।