ସମ୍ବଲପୁର ରେଙ୍ଗାଲିରେ ପାଣ୍ଡିଆନଙ୍କ ହାଇଭୋଲଟେଜ୍ ପ୍ରଚାର

1 min read

ରେଙ୍ଗାଲି : ସମ୍ବଲପୁର ଲୋକସଭା କ୍ଷେତ୍ର ରେଙ୍ଗାଲିରେ ପାଣ୍ଡିଆନଙ୍କ ହାଇଭୋଲଟେଜ୍ ପ୍ରଚାର। ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ କାମର ଲମ୍ବା ତାଲିକା ଦେଇ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିଛନ୍ତି ପାଣ୍ଡିଆନ। ସେ କହିଛନ୍ତି- ଘଣ୍ଟେଶ୍ବରୀ ମନ୍ଦିରର ବିକାଶ ପାଇଁ ମୁଖ୍ଯମନ୍ତ୍ରୀ ଦେଇଛନ୍ତି ୧୧ କୋଟି ଟଙ୍କା। ରେଙ୍ଗାଲିକୁ କରାଯାଇଛି ଏନଏସି। ରାସ୍ତାଘାଟ, ମନ୍ଦିର, ମସଜିଦର ମଧ୍ଯ ବିକାଶ କରାଯାଇଛି। ପାଣ୍ଡିଆନ ପ୍ରତିଶୃତି ଦେଇଛନ୍ତି- ମୁଖ୍ଯମନ୍ତ୍ରୀ ଭାବେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ଶପଥ ନେବା ପରେ ପ୍ରଥମ ଦସ୍ତଖତ ହେବ ବିଜୁଳି ବିଲ୍ ଛାଡ଼, ଦ୍ବିତୀୟରେ ସମସ୍ତଙ୍କ ପାଇଁ BSKY, ତୃତୀଯରେ ମିଶନ ଶକ୍ତି ମାଆଙ୍କୁ ମିଳିବ ପେନସନ। ସେ ଚେତାଇ ଦେଇଛନ୍ତି, ବିଜେପି ଜିତିଲେ ବନ୍ଦ ହୋଇଯିବ ମିଶନ ଶକ୍ତି।

ସେହିପରି ବିଜେପିର ଆୟୁଷ୍ମାନ ଯୋଜନାରେ ବାଦ୍ ପଡ଼ିବେ ଓଡ଼ିଶାର ୫୦ଲକ୍ଷ  ପରିବାର। କ୍ଷମତା ପାଇଁ ବିଜେପି ରାଜନୀତି କରୁଛି ବୋଲି କହିଛନ୍ତି ପାଣ୍ଡିଆନ। ସେହିପରି ଏହି ସମାବେଶରେ ସମ୍ବଲପୁର ଲୋକସଭା ଆସନ ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ କହିଛନ୍ତି, ନବୀନ ପଟ୍ଟନାୟକ ହିଁ ବିକାଶ କରନ୍ତି । ବିିଜେପି କେବଳ ପ୍ରଚାର କରେ। ମାଗଣା ବିଜୁଳି ପାଇଁ ମୁଖ୍ଯମନ୍ତ୍ରୀ ଦେଇଛନ୍ତି ପ୍ରତିଶୃତି। ନବୀନଙ୍କ ବିକାଶ ପାଇଁ ବିଜେଡିକୁ ଭୋଟ ଦେବାକୁ ସେ  ଆହ୍ବାନ ଦେଇଛନ୍ତି।