ଏଥର ଶୀଘ୍ର ବିବାହ କରିବାକୁ ପଡ଼ିବ, ଜାଣନ୍ତୁ କାହିଁକି ଏଭଳି କହିଲେ ରାହୁଲ ଗାନ୍ଧୀ

ନନ୍ଦିଘୋଷ ବ୍ୟୁରୋ: ଚାଲିଛି ନିର୍ବାଚନୀ ପ୍ରଚାର । ସୋମବାର ଦେଶରେ ଜାରି ରହିଛି ଚତୁର୍ଥ ପର୍ଯ୍ୟାୟ ମତଦାନ । ସେପଟେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ରାୟବରେଲିରେ ନିଜର ନିର୍ବାଚନୀ ପ୍ରଚାର କରିଛନ୍ତି । ସୋମବାର ରାୟବରେଲିରେ ପ୍ରଚାର ପାଇଁ ରାହୁଲ ଗାନ୍ଧୀ ପହଞ୍ଚିଥିବାବେଳେ ସାଧାରଣ ସଭାରେ ସମ୍ବୋଧନ କରିବା ପାଇଁ ଯାଇ ରାହୁଲ କହିଛନ୍ତି କି, ଏଥର ଶୀଘ୍ର ବିବାହ କରିବାକୁ ପଡ଼ିବ । ଏହାସହ ରାହୁଲ କହିଛନ୍ତି କି, କଂଗ୍ରେସ ସରକାର ଆସିବା ମାତ୍ରେ ଋଣ ଛାଡ଼ ପ୍ରଥମ କାମ ହେବ । ଦ୍ବିତୀୟରେ ଚାଷୀଙ୍କ ପାଇଁ ଆଇନଗତ ସହାୟତା ଆଣିବ । ଏହସହ ୩୦ଦିନ ମଧ୍ୟରେ ଚାଷୀଙ୍କୁ ବୀମା ଟଙ୍କା ପ୍ରଦାନ କରାଯିବ ।

ଏଭଳି ସାଧାରଣ ସଭାକୁ ସମ୍ବୋଧନ କରି ରାହୁଲ ଗାନ୍ଧୀ କହିଛନ୍ତି । ଏହାସହ ବିଜେପି ସରକାରକୁ ମଧ୍ୟ କଟାକ୍ଷ କରିଛନ୍ତି ରାହୁଲ । ଏ ଲଢ଼େଇ ହେଉଛି କୃଷକ ଏବଂ ଗରୀବଙ୍କ ପାଇଁ । ଏହାସହ କଂଗ୍ରେସ ସରକାର ଆସିଲେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ସେ କହିଛନ୍ତି । ପ୍ରତି ମାସରେ ମହିଳାଙ୍କ ଆକାଉଣ୍ଟକୁ ଟଙ୍କା ଯିବ ବୋଲି ପ୍ରତିଶୃତି ଦେଇଥିବାବେଳେ କଂଗ୍ରେସ ସରକାର ଆସିଲେ ଅଗଷ୍ଟ ୧୫ ସୁଦ୍ଧା ଯୁବକ ଯୁବତୀମାନଙ୍କୁ ୩୦ ଲକ୍ଷ ସରକାରୀ ଚାକିରୀ ପ୍ରଦାନ କରାଯିବ । ସେପଟେ ସାଧାରଣ ସଭାରେ ରାହୁଲ ସମ୍ବୋଧନ କରିବା ବେଳେ ଜଣେ ବ୍ୟକ୍ତି ତାଙ୍କ କାହିଁକି ବିବାହ କରୁନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ଯେଉଁଥିରେ ସେ ହସିବା ସହ କହିଥିଲେ କି, ଏଥର ଶୀଘ୍ର ବିବାହ କରିବାକୁ ପଡ଼ିବ । ସେ ମଜାରେ ଏଭଳି କହିଥିବାବେଳେ ଏହି ସମୟର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।