ଦେବଗଡ଼ : ଦେବଗଡ଼ ରିଆମାଳରେ ସମ୍ବଲପୁର ଲୋକସଭା କ୍ଷେତ୍ରର ବିଜେଡି ସାଂସଦ ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ନିର୍ବାଚନୀ ପ୍ରଚାର । ଦେବଗଡ଼ ରିଆମାଳବାସୀଙ୍କୁ ତଥା ଦେବଭୂମିକୁ ପ୍ରଣାମ କରିଥିଲେ । ଅଭିଭାଷଣ ଦେବା ଆରମ୍ଭରୁ ବିଜୁବାବୁଙ୍କ କଥା ମନେ ପକାଇଥିଲେ । କହିଥିଲେ ମୁଖ୍ୟମନ୍ତ୍ରୀଙ୍କର ପିତା ବିଜୁବାବୁଙ୍କର ଦେବଗଡ଼ ଥିଲା ତାଙ୍କର ହୃଦୟର ସ୍ଥାନ । ଆଉ ଏହି ଦେବଗଡ଼କୁ ଗୋଟିଏ ଜିଲ୍ଲ କରିଥିଲେ ଏବଂ ଗୋଟିଏ ନିର୍ବାଚନ ମଣ୍ଡଳୀ ମଧ୍ୟ କରିଥିଲେ । ଏବଂ ତାଙ୍କର ସୁପୁତ୍ର ମୁଖ୍ୟମନ୍ତ୍ରୀ ନବୀନ ପଟଟ୍ଟନାୟକ ମୋତେ ସମ୍ବଲପୁର ଲୋକସଭା ପାଇଁ ପ୍ରାର୍ଥୀ କରିଥିବାରୁ ମୁଁ ଅନ୍ତରରୁ ଧନ୍ୟବାଦ ଦେଉଛି । ଏହା ମଧ୍ୟ କହିଥିଲେ କିଏ ଏଠିକାର କିଏ ସେଠିକାର ମୁ ସେଥିରେ ବିଶ୍ବାସ କରେ ନାହିଁ । ମୁଁ ଖାଲି ଏତିକି ଜାଣିଛି ଓଡ଼ିଶା ଏକ, ନବୀନ ବାବୁ ଏକ, ଶଙ୍ଖ ଚିହ୍ନ ଏକ, ବଜୁ ଜନତା ଦଳ ଏକ ଏବଂ ମୋ ପରିବାର ଏକ । ମୁଖ୍ୟମନ୍ତ୍ରୀ ବାରମ୍ବାର କହିଛନ୍ତି ମୋ ଓଡ଼ିଶା ପାଇଁ ମୋର ସବୁକିଛି । ଏଠି ଦୁଇ ଦୁଇ ଥର ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ ଦେଇପାରିନାହାନ୍ତି ଆପଣମାନେ, ତଥାପି କିନ୍ତୁ ମୁଖ୍ୟମନ୍ତ୍ରୀ ଏହି ମାଟିକୁ ଭଲପାଇବାରେ କମ କରିନାହାନ୍ତି । କିନ୍ତୁ ଏଥର ଦେବଗଡ଼ବାସୀ ନିଶ୍ଚିତ ମୁଖ୍ୟମନ୍ତ୍ରୀଙ୍କ ଯୋଡାଶଙ୍ଖକୁ ଆଶୀର୍ବାଦ କରିବେ । ଏହାପରେ ବିରୋଧୀଙ୍କୁ ମଞ୍ଚରୁ ଥାଇ ଟାର୍ଗେଟ କଲେ ପ୍ରଣବ । କହିଲେ ୫ଜଣ ସାଂସଦଙ୍କୁ ପଠାଇଥିଲେ କଣ କରିଛନ୍ତି ପଶ୍ଚିମ ଓଡ଼ିଶା ପାଇଁ । ଚାଷୀଙ୍କ ପାଇଁ କେତେଥର ସ୍ବର ଉଠାଇଛନ୍ତି । ଶେଷରେ କହିଥିଲେ ଘଣ୍ଟା ଘଣ୍ଟା ଭାଷଣ ଦେବେ କାମ କଥା କହିଲେ କହିବେ ମୁଁ ଚିଠି ଲେଖିଛି, କହିଛି କାମ ହେଇଯିବ କିନ୍ତୁ ତାହା ହେବ ନାହିଁ ଆପଣ ଜାଣିଛନ୍ତି ଭଲଭାବେ । ବିରୋଧୀଙ୍କର କଥା ବେସି କାମ କମ୍ କିନ୍ତୁ ମୁଖ୍ୟମନ୍ତ୍ରୀଙ୍କର କଥା କମ କାମ ବେସି । ଏଥର ଜବାବ ଦେବେ ଦେବଗଡ଼ବାସୀ । ଦେବଗଡ଼ର ବିକାଶପାଇଁ ନିଶ୍ଚିତ ମୁଖ୍ୟମନ୍ତ୍ରୀଙ୍କ ପଛରେ ଠିଆ ହେବେ ।

