spot_img

Latest Posts

ଜନତାଙ୍କ ପ୍ରଶ୍ନରେ ହଟହଟା ଜୟନାରାୟଣ

ସମ୍ବଲପୁର: ବିଜେପି ବିଧାୟକ ପ୍ରାର୍ଥୀ ଜୟନାରାୟଣଙ୍କୁ ସମ୍ବଲପୁରବାସୀଙ୍କ ବିରୋଧ। କ୍ଷେତରାଜପୁରରେ ପ୍ରଚାର ସମୟରେ ଭୋଟର କଲେ ବିରୋଧ। ଜୟନାରାୟଣଙ୍କୁ ଜନତାଙ୍କ ପ୍ରଶ୍ନ, ଗତ ନିର୍ବାଚନରେ ଜିତିବା ପରେ ଅଞ୍ଚଳ ପାଇଁ କରିଛ କଣ। ଭୋଟରଙ୍କ ପ୍ରଶ୍ନରେ ଆକ୍ତାମାକ୍ତା ହେଲେ ଜୟନାରାୟଣ ଓ ତାଙ୍କ ସହ ପ୍ରଚାର ପାଇଁ ଯାଇଥିବା ବିଜେପି କର୍ମୀ ଓ ନେତା।

ଏପରିକି ପ୍ରଚାର ସମୟରେ ଜୟନାରାୟଣଙ୍କୁ କିଛି ସମୟ ପାଇଁ ସ୍ଥାନୀୟ ଲୋକେ ଘେରାବନ୍ଦୀ କରି ରଖିଥିଲେ। ବିକାଶ ବିଲକୁଲ୍ ନାହିଁ ଭୋଟ୍ ବି ବିଲକୁଲ୍ ନାହିଁ ବୋଲି ସଫା ସଫା କହିଥିଲେ ଭୋଟର। ଯିଏ ଆମ ସୁଖଦୁଃଖରେ ଛିଡା ହୋଇ ନାହିଁ ତାଙ୍କୁ ଅଞ୍ଚଳରେ ପୂରାଇ ଦେବୁନାହିଁ ବୋଲି ଚେତାବନୀ ଦେଇଥିଲେ କ୍ଷେତରାଜପୁରର ଲୋକେ।

Latest Posts

Don't Miss