spot_img

Latest Posts

ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ଖରା ବର୍ଷା

ଭୁବନେଶ୍ୱର : ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଲାଗି ରହିବ ଖରା ବର୍ଷାର ଖେଳ । ଉତ୍ତର ଉପକୂଳ ଓଡିଶାରେ ପ୍ରଚଣ୍ଡ ବଜ୍ରପାତ ସାଙ୍ଗକୁ ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ତାତି ଅନୁଭୂତ ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। କିଛି ସ୍ଥାନରେ ପଶ୍ଚିମାଝଡ ପ୍ରଭାବରେ ଘଡଘଡି ବିଜୁଳି ସହ ବର୍ଷା ନେଇ ସତର୍କତା ଜାରି କରାଯାଇଛି । ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ପବନ ନେଇ ବାଲେଶ୍ବର, ମୟୂରଭଞ୍ଜ , କେନ୍ଦୁଝର , ସୁନ୍ଦରଗଡ ଏବଂ ଯାଜପୁର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି । ବର୍ଷା ସମୟରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ଝଡପବନ ହେବାର ଆକଳନ କରାଯାଇଛି । ସେହିଭଳି ୩୦ , ୩୧, ଏପ୍ରିଲ ୧ ଏବଂ ୨ ତାରିଖ ପର୍ଯ୍ୟନ୍ତ ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ବଜ୍ରପାତ ଜନିତ ବର୍ଷା ପବନ ହେବ ବୋଲି ସତର୍କ କରାଇଛି ପାଣିପାଗ କେନ୍ଦ୍ର। କେବଳ ଉତ୍ତର ଉପକୂଳ ଓଡ଼ିଶାକୁ ଛାଡିଦେଲେ ବାକି ଓଡିଶାରେ ପାଗ ମୁଖ୍ୟତଃ ଶୁଖିଲା ରହିବ ।

ଆସନ୍ତା ଦୁଇ ଦିନ ମଧ୍ୟରେ ବାୟୁମଣ୍ଡଳରେ ଶୁଷ୍କତା ବୃଦ୍ଧି ଯୋଗୁଁ ସ୍ଵାଭାବିକ ଠାରୁ ୨ରୁ ୩ଡିଗ୍ରୀ ପର୍ଯ୍ଯନ୍ତ ତାପମାତ୍ରା ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି । ଦକ୍ଷିଣ ଓଡ଼ିଶାର କାଁ ଭାଁ ଜିଲ୍ଲାରେ ବଜ୍ରପାତ ସାଙ୍ଗକୁ ବର୍ଷା ହେବାର ସମ୍ଭାବନା ଥିଲେ ମଧ୍ୟ ଅଧିକାଂଶ ଜିଲ୍ଲାରେ ତାତି ବଢିବ। ୩୦ ତାରିଖରେ ବଲାଙ୍ଗୀର, ଟିଟିଲାଗଡ଼, ସୁନ୍ଦରଗଡ, ମାଲକାନଗିରି, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ଝାରସୁଗୁଡା, ଭବାନୀପାଟଣା, ରାୟଗଡା ଏବଂ ଗଜପତିରେ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ନେଇ ଆକଳନ କରାଯାଇଛି। ୩ ତାରିଖ ପରେ ପୁଣି ତାତି ବଢିବାର ସମ୍ଭାବନା ରହିଛି।

Latest Posts

Don't Miss