spot_img

Latest Posts

ଛାତ୍ରଛାତ୍ରୀଙ୍କୁ ଡାକ୍ତରଙ୍କ ପରାମର୍ଶ, ହୋଲି ଖେଳିବାବେଳେ..

ଖୋର୍ଦ୍ଧା: ରଙ୍ଗ ର ପର୍ବ ହୋଲି। ଆନନ୍ଦ ଉତ୍ସାହ ରେ ପରଷ୍ପର ମଧ୍ୟ ରେ ରଙ୍ଗ ଖେଳିବା ପାଇଁ ପିଲା ଠାରୁ ବଡ ପର୍ଯ୍ୟନ୍ତ  ସମସ୍ତେ ଆଗ୍ରହୀ। ରଙ୍ଗ ଖେଳିଲା ବେଳେ ପିଲାମାନେ ନିଜ ଶରୀର ପ୍ରତି ଦୃଷ୍ଟି ଦେବା ନିହାତି ଆବଶ୍ୟକ। ଏହି ଉପରେ ଛାତ୍ର ଛାତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି ଡାକ୍ତର ।

ଆସିଛି ହୋଲି । ରଙ୍ଗ ବେରଙ୍ଗ ଫଗୁରେ ରଙ୍ଗୀନ ପୂରପଲ୍ଲୀ । ଅବିର ସାଙ୍ଗକୁ ପିଚକାରୀରେ ରଙ୍ଗେଇ ହେବାକୁ ତତ୍ପର ସମସ୍ତେ । ପରଷ୍ପର ମଧ୍ୟରେ ରଙ୍ଗ ଖେଳି ଆନମନା ହୋଇଛନ୍ତି ଛାତ୍ରଛାତ୍ରୀ । ପିଲାମାନଙ୍କୁ ଦୋଳ ଏବଂ ହୋଲି ପରମ୍ପରାର ଅନୁଭବ ଓ ଜ୍ଞାନ ଦେବାକୁ  ସ୍କୁଲରେ ପାଳିତ ହୋଇଛି ବସନ୍ତ ଉତ୍ସବ। ଏହି ଉତ୍ସବରେ ରଙ୍ଗ ଖେଲିଲା ବେଳେ ନିଜର ଆଖି, ପାଟି, ମୁଁହ, ଚର୍ମ ପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ବୋଲି ପିଲାଙ୍କୁ ପରାମର୍ଶ ଦେଇଛନ୍ତି ଡାକ୍ତର।

ପିଲାମାନେ କେବଳ ରଙ୍ଗ ଖେଳି ନଥିଲେ, ନିଜକୁ ଶ୍ରୀକୃଷ୍ଣ ରାଧା ବେଶରେ ସଜାଇ ହୋଇ ପୌରାଣିକ ଯୁଗର ଅବିର ଖେଳକୁ ନୃତ୍ୟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। ପରଷ୍ପରକୁ ହୋଲିର ଶୁଭେଚ୍ଛା ଜଣାଇଥିଲେ । ହୋଲି ଖେଳିଲାବେଳେ ରାସାୟନିକ ରଙ୍ଗ କୁ ସମ୍ପୂର୍ଣ ବାରଣ କରିବାକୁ  ଛାତ୍ର ଛାତ୍ରୀଙ୍କୁ ସଚେତନ କରାଇବା ସହ ଲୋକଙ୍କୁ ସଚେତନ କରାଯାଇଥିଲା । ଆନନ୍ଦର ପର୍ବ ହୋଲି  ଖେଲିଲା ବେଳେ ସମସ୍ତେ ନିଜ ଶରୀର ପ୍ରତି ସଚେତନ ରହିଲେ ହୋଲି ସମସ୍ତଙ୍କ ମନରେ ଖୁସି ଭରିଦେବ ବୋଲି ମତପ୍ରକାଶ ପାଇଥିଲା ।

Latest Posts

Don't Miss