spot_img

Latest Posts

ଓଡ଼ିଶାର ଦକ୍ଷ ମାନବ ସମ୍ବଳ ଉପରେ ସାରା ବିଶ୍ବର ନଜର

ଭୁବନେଶ୍ବର: ଶିଖର ଛୁଇଁଛି ଓଡ଼ିଶାର ଦକ୍ଷତା। ଓଡ଼ିଶାର ଦକ୍ଷ ମାନବ ସମ୍ବଳ ଉପରେ ସାରା ବିଶ୍ବର ନଜର । କର୍ପୋରେଟ ଦୁନିଆରେ ସ୍କିଲଡ଼୍ ଇନ୍ ଓଡ଼ିଶାର ଚାହିଦା ଅଧିକ । ଓଡ଼ିଶାରେ ରୂପାନ୍ତର ଚାଲିଥିବା ବେଳେ, ଶିକ୍ଷା, ସ୍ବାସ୍ଥ୍ୟ, କ୍ରୀଡ଼ା ସାଙ୍ଗକୁ ଦକ୍ଷତା ବିକାଶ ଉପରେ ବି ଗୁରୁତ୍ବ ଦେଉଛନ୍ତି ସରକାର । ଓଡ଼ିଶାରେ ଥିବା ସ୍କିଲ ଇକୋ ସିଷ୍ଟମ ସାରା ଦେଶରେ ଉନ୍ନତ । ଏହାକୁ ଆଗକୁ ନେବା ପାଇଁ ରାଜ୍ୟ ସରକାର ସବୁ ପ୍ରକାର ଉଦ୍ୟମ କରୁଛନ୍ତି ବୋଲି କହିଛନ୍ତି ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବରରେ ଆୟୋଜିତ ଦୁଇଦିନିଆ ବିଶ୍ବ ଅଭିବୃଦ୍ଧି ଓ ନିଯୁକ୍ତି ସମ୍ମିଳନୀରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି- ଓଡ଼ିଶାର ପିଲା କିପରି ସାରା ବିଶ୍ବରେ ଦକ୍ଷତା ବିକାଶ ତାଲିମ ଜରିଆରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବେ, ସେ ବାବଦରେ ରାଜ୍ୟ ସରକାର ନିରନ୍ତର ଉଦ୍ଯମ କରୁଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍କିଲଡ଼୍ ଇନ୍ ଓଡ଼ିଶା କାର୍ଯ୍ୟକ୍ରମକୂ ପ୍ରଶଂସା କରିବା ସହ ସମ୍ମିଟରେ ଯୋଗଦେଇଥିବା କର୍ପୋରେଟ ସେକ୍ଟରର ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାର୍ଯ୍ୟକ୍ରମରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ବିଭାଗୀୟ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ସଚିବ ଉଷା ପାଢୀ, ଦକ୍ଷତା ବିକାଶ ଅଧ୍ୟକ୍ଷ ଅଲକା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Latest Posts

Don't Miss