ବିଜେପି କର୍ମୀଙ୍କ ମାଡ଼ରେ ଗୋଟିଏ ପରିବାରର ୭ ଜଣ ଆହତ
ଭଦ୍ରକ: ରକ୍ତମୁଖା ବିଜେପି କର୍ମୀ । ବିଜେପି କର୍ମୀଙ୍କ ମାଡ଼ରେ ଗୋଟିଏ ପରିବାରର ୭ ଜଣ ଆହତ, ଡାକ୍ତରଖାନାରେ ଭର୍ତ୍ତି । ଭଦ୍ରକ ଜିଲ୍ଲା ପୀରାହାଟ ଥାନା ଅଧୀନ ବାଲିଦାଣ୍ଡି ଗାଁରେ ଏହି ଘଟଣା ଘଟିଛି । ବାଲିଦାଣ୍ଡି ଗାଁର ଗୋବର୍ଦ୍ଧନ ନାୟକଙ୍କ ପୁଅ ଜିତେନ୍ଦ୍ର ଓ ଦେବେନ୍ଦ୍ର ଗୁଣ୍ଡାଗର୍ଦ୍ଦି କରି ସରକାରୀ ପାଣି ପାଇପ ବାବଦକୁ ଦେୟ ଆଦାୟ କରୁଥିବା ଅଭିଯୋଗ ହୋଇଥିଲା । ଏନେଇ ଗାଁରେ ଡକାଯାଇଥିଲା ବୈଠକ । ଜିତେନ୍ଦ୍ର ଏବଂ ଦେବେନ୍ଦ୍ର ଏଥିରେ ଉତକ୍ଷିପ୍ତ ହୋଇ କୁନିଲତା ନାୟକଙ୍କ ପରିବାର ଉପରେ ଗତକାଲି ମଧ୍ୟାହ୍ନରେ ଆକ୍ରମଣ କରିଥିଲେ । ଯାହାକୁ ନେଇ ପୀରାହାଟ ଥାନାରେ ମାମଲା ରୁଜୁ ହୋଇଛି । ପୁଣି ଗତକାଲି ବିଳମ୍ବିତ ରାତିରେ ଗୋବର୍ଦ୍ଧନ ନାୟକଙ୍କ ତିନି ପୁଅଙ୍କ ସମେତ ମାକ୍ସ ପିନ୍ଧା ୧୫ରୁ ଅଧିକ ବିଜେପି କର୍ମୀ କୁନିଲତାଙ୍କ ପରିବାର ଉପରେ ଆକ୍ରମଣ କରିଥିଲେ । ବାଡ଼ିରେ ପିଟି ପୂରା ପରିବାରକୁ ଲହୁଲୁହାଣ କରି ପକାଇଛନ୍ତି । ପଡ଼ୋଶୀଙ୍କ ସହାୟତାରେ ସେମାନଙ୍କୁ ପ୍ରଥମେ ତିହିଡ଼ି ଓ ପରେ ଭଦ୍ରକ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । କିଛି ଆହତଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୋବର୍ଦ୍ଧନ ନାୟକଙ୍କ ପରିବାର ଓ ବିଜେପି କର୍ମୀମାନେ ଜୋର ଜବରଦସ୍ତ ପାଣି ପାଇଁ ଟଙ୍କା ଆଦାୟ କରିବା ଓ ବିଦ୍ୟାଳୟ ଗୃହକୁ ବ୍ୟକ୍ତିଗତ କାମରେ ଲଗାଇଥିବା ଅଭିଯୋଗ ହୋଇଛି । କେହି ପ୍ରତିବାଦ କଲେ ମାଡ଼ ମାରି ମୁହଁ ବନ୍ଦ କରନ୍ତି । ଏମିତି ଗୁଣ୍ଡାଗର୍ଦ୍ଦିକୁ ରୋକିବା ସହ ଦୋଷୀକୁ ଦଣ୍ଡ ଦେବାକୁ କୁନିଲତାଙ୍କ ପରିବାର ଦାବି କରିଛନ୍ତି ।…