spot_img

Latest Posts

ବିଧାନସଭାରେ ଉଠିଲା ଠିକାଦାରଙ୍କ କଥା, କଳାତାଲିକା ଭୁକ୍ତ ହୋଇପାରନ୍ତି ଖିଲାପକାରୀ

ଭୁବନେଶ୍ୱର : ଆଜି ବିଧାନସଭାରେ ଉଠିଛି ଠିକାଦାରଙ୍କ କଥା ।  ରାଜ୍ୟ ସରକାରଙ୍କ ଟାର୍ଗେଟରେ ଏବେ ଠକ ଠିକାଦାର। ଅଧା କାମ କରି ରାସ୍ତା କାମ ବନ୍ଦ ରଖୁଥିବା ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରାଯିବ ବୋଲି ବିଧାନସଭାରେ ଘୋଷଣା କରିଛନ୍ତି ଗ୍ରାମୀଣ ବିକାଶ ମନ୍ତ୍ରୀ।

ଠକ ଠିକାଦାରଙ୍କୁ ନିସ୍ତାର ନାହିଁ। ନିମ୍ନମାନର ରାସ୍ତା କାମ କଲେ ଆସିବେ ରାଜ୍ୟ ସରକାରଙ୍କ ସ୍କାନରରେ। ଠିକାଦରମାନଙ୍କ ଚଂଚକତାକୁ ବିଧାନସଭା ଗୃହରେ ପଦାରେ ପକାଇଲେ ବିଜେଡ଼ି ବିଧାୟକ ଅତନୁ ସବ୍ୟସାଚୀ ନାୟକ। ଅଧା କାମ କରି ରାସ୍ତା କାମ ବନ୍ଦ କରୁଥିବା ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବା ପାଇଁ ଦାବି କରିଥିଲେ ବିଜେଡ଼ି ବିଧାୟକ ଅତନୁ ସବ୍ୟସାଚୀ ନାୟକ। ଏପରି ହେଲେ ଯାଇ PMGSY ସଫଳ ହେବ ବୋଲି ସେ କହିଲେ। ଏନେଇ ଗୃହରେ ନିଜ ନିର୍ବାଚନମଣ୍ଡଳୀ ମହାକାଳପଡ଼ାର ଅଧପନ୍ତରିଆ କାମର ତାଲିକା ପଢିଥିଲେ ଅତନୁ। ଏହାପରେ ଗ୍ରାମୀଣ ବିକାଶ ମନ୍ତ୍ରୀ ସୁଶାନ୍ତ ସିଂ କହିଥିଲେ ଯେ, ନିମ୍ନମାନ କାମର ଯାଞ୍ଚ ହେବ । ଆବଶ୍ୟକ ପଡ଼ିଲେ କଳା ତାଲିକାଭୁକ୍ତ ହେବେ ଠିକାଦାର।

ଠିକାଦରମାନଙ୍କ ମନମୁତାବକ କାମ ସାରା ରାଜ୍ୟରେ ହେଉଥିବା ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ ଅନ୍ୟ ସଦସ୍ୟ । ଧାର୍ଯ୍ୟ ସମୟରେ କାମ ସରୁ ନଥିବା ଗୃହରେ ଅନ୍ୟ ସଦସ୍ୟ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ବାଚସ୍ପତି ମଧ୍ୟ ବିଭାଗୀୟ ମନ୍ତ୍ରୀଙ୍କୁ ଏହାର ତାଲିକା ପ୍ରସ୍ତୁତ କରି ଗୁରୁତର ସହ ବିଚାର କରିବାକୁ ନିର୍ଦେଶ ଦେଇଥିବା ଜଣାପଡ଼ିଛି ।

Latest Posts

Don't Miss