ଜଗନ୍ନାଥମୟ ଶ୍ରୀକ୍ଷେତ୍ରରୁ ସାରା ଜଗତ, ରାଜ୍ୟ, ଦେଶ ଓ ବିଦେଶକୁ ଯାଇଛି ନିମନ୍ତ୍ରଣ

ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଦେବାଦେବୀଙ୍କ ପୀଠରେ ପହଞ୍ଚିବାରେ ଲାଗିଛି ଶ୍ରୀମନ୍ଦିରରୁ ଆମନ୍ତ୍ରଣ। ମହାପ୍ରଭୁଙ୍କ ପରିକ୍ରମା ପ୍ରକଳ୍ପର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଦିଆଯାଉଛି ନିମନ୍ତ୍ରଣ। ଗଂଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ତାରା ତାରିଣୀଙ୍କୁ ନିମନ୍ତ୍ରଣ କରିଥିଲେ ପୁରୀରୁ ଯାଇଥିବା ଟିମ୍ । ସେହିପରି ପୋଲସରା ନିକଟ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରରେ ନିମନ୍ତ୍ରଣ ଦେଇଥିଲେ । ଖଲ୍ଲିକୋଟ ଚିକିଲି ସ୍ଥିତ ଚକା ଠାକୁରଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ । ଗଂଜାମ କବିସୂର୍ଯ୍ୟନଗର ଆଠଗଡ଼ ପାଟଣାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କଙ୍କୁ ନିମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ ଶ୍ରୀକ୍ଷେତ୍ରରୁ ଆସିଥିବା ଟିମ୍ ।

ସେହିପରି ବଲାଙ୍ଗୀର ହରିଶଙ୍କର ମନ୍ଦିର ଓ ତୁଷୁରା ସମଲେଶ୍ଵରୀଙ୍କ ମନ୍ଦିରରେ ନିମନ୍ତ୍ରଣ ଦେଲେ ଶ୍ରୀମନ୍ଦିର ସେବାୟତ। ଭଦ୍ରକର ଆରାଧ୍ଯ ଦେବ ବାବା ଆଖଣ୍ଡଳମଣି ଓ ମା ଭଦ୍ରକାଳୀ ସେବାୟତଙ୍କୁ ନିମନ୍ତ୍ରଣ କରିଥିଲେ ପୁରୀରୁ ଆସିଥିବା ସ୍ବତନ୍ତ୍ର ଟିମ୍। ପୁରୀ ସତ୍ୟବାଦୀ ବ୍ଲକ ଦାରୁକ୍ଷେତ୍ର ରାୟଚକ୍ରଧରପୁର ସ୍ଥିତ ଜଗନ୍ନାଥ ମନ୍ଦିରରେ ଦେଇଥିଲେ ନିମନ୍ତ୍ରଣ ପତ୍ର।ସେହିପରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପାଇଁ ନିମନ୍ତ୍ରଣ ପତ୍ର ନେଇ ପୁରୀରୁ ଫୁଲବାଣୀ ଯାଇଥିଲେ ୪ ଜଣିଆ ଟିମ୍ । ଫୁଲବାଣୀ ସ୍ଥିତ ଜଗନ୍ନାଥ ମନ୍ଦିରରେ ନିମନ୍ତ୍ରଣ ପତ୍ର ଦେଇଥିଲେ ସଦସ୍ୟ । ନିମନ୍ତ୍ରଣ ପତ୍ର ପାଇ ବେସ୍ ଖୁସି ପ୍ରକାଶ ସହ ଆତ୍ମ ବିଭୋର ହୋଇପଡ଼ିଥିଲେ ଫୁଲବାଣୀବାସୀ।

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ମନ୍ଦିରରେ ପହଞ୍ଚି ନିମନ୍ତ୍ରଣ କରିଛନ୍ତି ଶ୍ରୀକ୍ଷେତ୍ରରୁ ଯାଇଥିବା ସ୍ବତନ୍ତ୍ର ପ୍ରତିନିଧି ଦଳ। ଏହାସହ କଟକ ଛତିଆ ମହାପ୍ରଭୁ ମନ୍ଦିରର ମୁଖ୍ୟ ପୂଜକଙ୍କୁ ନିମନ୍ତ୍ରଣ କରାଯାଇଛି ।ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବା ମା ସମଲେଶ୍ବରୀଙ୍କୁ ନିମନ୍ତ୍ରଣ କରିଛନ୍ତି ପୁରୀରୁ ଯାଇଥିବା ପ୍ରତିନିଧି ଦଳ। ପରିକ୍ରମା ପ୍ରକଳ୍ପର ଉଦଘାଟନ ଉତ୍ସବରେ ସାମିଲ ହେବାକୁ ମାସମଲେଶ୍ବରୀ ଓ ରେଢାଖୋଲର ଶ୍ରୀ ଜଗନ୍ନାଥ ମନ୍ଦିର ସେବାୟତଙ୍କୁ ନିମନ୍ତ୍ରଣ ଦେଇଛନ୍ତି ।

ବାରିପଦା ସ୍ଥିତ ପ୍ରଭୁ ଶ୍ରୀହରିଵଳଦେଵ ଜୀଉ ଏବଂ ଅଧିଷ୍ଠାତ୍ରୀ ଦେଵୀ ମା ଅମ୍ବିକାଙ୍କୁ ନିମନ୍ତ୍ରଣ କରିଛନ୍ତି । ପୁରୀରୁ ଆସିଥିବା ୩ ଜଣ ସେବାୟତଙ୍କ ସାଙ୍ଗରେ ଥିଲା ହଳଦିଆ ଚାଉଳ ସାଙ୍ଗକୁ ଗୁଆ ଓ ନିମନ୍ତ୍ରଣ ପତ୍ର। ସେହିପରି ପରିକ୍ରମା ପ୍ରକଳ୍ପ ପାଇଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରୁ ଗଜପତିକୁ ଆସି ପହଞ୍ଚିଛି ନିମନ୍ତ୍ରଣ ପତ୍ର। ଆଉ ମାତ୍ର 20 ଦିନ ପରେ ବିଶ୍ୱ ଦେଖିବ ବିଶ୍ୱ ନିଅନ୍ତାଙ୍କ ବିଜେ ସ୍ଥଳୀର ଭବ୍ୟରୂପ।

ନଜର ପକାନ୍ତୁ