ବ୍ରହ୍ମପୁର ହତ୍ୟାକାଣ୍ଡ ମାମଲା: ସିସିଟିଭିରେ କଏଦ ହେଲା ମର୍ଡରର ଲାଇଭ ଭିଜୁଆଲ

1 min read

ବ୍ରହ୍ମପୁର: ମର୍ଡରର ଲାଇଭ ଭିଜୁଆଲ । ନୃଶଂସତାର ଶେଷ ସୀମା ଟପିଲେ ଦୁର୍ବୃତ୍ତ । ପ୍ରଥମେ ତଳେ ପକାଇ ଗୋଇଠା ପରେ ଗୋଇଠା ମାରୁଛନ୍ତି ଦୁର୍ବୃତ୍ତ । ମୁହଁକୁ ପଥରରେ ବାରମ୍ବାର ଛେଚୁଛନ୍ତି । ରାଗ ସେତିକିରେ ସରିନି, ଯୁବକ ଜଣକ ମରି ଗଲା ପରେ ମଧ୍ୟ ଦୁର୍ବୃତ୍ତ ମାନେ କାଠ ଫାଳିଆରେ ପିଟିବାରେ ଲାଗିଛନ୍ତି ।

ପୂର୍ବଶତ୍ରୁତାକୁ କେନ୍ଦ୍ର କରି ଏଭଳି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି । ଗଞ୍ଜାମ ଜିଲ୍ଲା ଖଲିକୋଟ ଥାନା କେଶପୁରରେ ଥିବା ଇଣ୍ଡିଆନ୍‌ ଅଏଲ୍‌ ପରିସରରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ଗୁରୁବାର ରାତି ୯ଟାରେ ୩ରୁ ୪ଜଣ ଯୁବକ ଅତି ଅମାନୁଷିକ ଭାବେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିଛନ୍ତି । ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।

https://www.facebook.com/nandighoshatv/videos/2868659913165292/?eid=ARAJK6YTYGZGbefrMk61DWbH6QENZei39PDR7Q9A7QoiglgkA1cQbQ1l2J4V7fq5j4Bp1vujJ2PEkjg6

ମୃତକ ରାମଚନ୍ଦ୍ରପୁର ଗାଁର ଶଙ୍କର ପାହାନ । ଖଲ୍ଲିକୋଟ ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ, ଭେଜିପୁଟ ଫାଣ୍ଡି ଅଧିକାରୀ ସୁଶାନ୍ତ କୁମାର ପ୍ରଧାନ ଓ ଏସ୍‌ଆଇ ସିଲୁ ଧଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଛନ୍ତି । ସେପଟେ ହତ୍ୟାକାରୀକୁ ଖୁବଶୀଘ୍ର ଧରାଯିବବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Leave a Reply